Masthead

କେନ୍ଦ୍ର ବିରୋଧରେ ଆଇଏମଏର ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଥିବା ରୋଗୀଙ୍କ ସଂଖ୍ୟା ଲୁଚାଯାଉଛି । ବିଶେଷ କରି ବିଜେପି ଶାସିତ ରାଜ୍ୟ ଗୁଡ଼ିକରେ ମହାମାରୀ ପାଇଁ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ପ୍ରକୃତ ସଂଖ୍ୟାକୁ ଲୋକଲୋଚନକୁ ଆଣୁ ନାହାନ୍ତି ସରକାର । କେନ୍ଦ୍ର ସରକାରଙ୍କ ଉପରେ ଏପରି ସାଙ୍ଘାତିକ ଆରୋପ ଆଣିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ । ଏନେଇ ଉଦବେଗ ପ୍ରକାଶ କରି କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖିଛି ଆଇଏମଏ । ଯେଉଁଥିରେ ମହାମାରୀ ସମୟରେ ସରକାରଙ୍କ ତରଫରୁ କରାଯାଉଥିବା ପ୍ରତିଟି ପଦକ୍ଷେପକୁ ନେଇ ପ୍ରଶ୍ନ କରାଯାଇଛି । ଏଥିରେ କୁହାଯାଇଛି ଯେ ସରକାର କୋଭିଡ଼ ଜନିତ ମୃତ୍ୟୁ ସଂଖ୍ୟା ସର୍ବସାଧାରଣଙ୍କ ଠାରୁ ଲୁଚାଯାଉଛି । ଆଉ ଏଭଳି ସଙ୍କଟ ସମୟରେ କରେନା ମହାମାରୀର ସଠିକ ମୁକାବିଲା କରିବାକୁ କେନ୍ଦ୍ର ସରକାରଙ୍କୁ କହିଛି ଆଇଏମଏ ।

ସେହିପରି ଏହି ଚିଠିରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ମହାମାରୀ ମୁକାବିଲା ପାଇଁ ଆଇଏମଏର ସଦସ୍ୟ ମାନେ ସରକାରଙ୍କୁ ଦେଉଥିବା ପ୍ରସ୍ତାବ ଓ ପରାମର୍ଶକୁ ସରକାର ଶୁଣୁନାହାନ୍ତି । ବାସ୍ତବତା କଣ ନଜାଣି ସରକାର କରୋନା ବାବଦରେ ସମସ୍ତ ନିଷ୍ପତ୍ତି ନେଉଛନ୍ତି । ସେହିପରି ବିଭିନ୍ନ ରାଜ୍ୟ ସରକାର ଅଲଗା ଅଲଗା ଭାବେ ଘୋଷଣା କରୁଥିବା ଲକଡାଉନକୁ ମଧ୍ୟ ବିରୋଧ କରିଛି ଆଇଏମଏ । ଏପରି ନକରି ଯୋଜନାବଦ୍ଧ ଭାବେ ସମ୍ପୂର୍ଣ୍ଣ ଦେଶରେ ଲକଡାଉନ ଘୋଷଣା କରିବାକୁ ଆଇଏମଏ ୨୦ ଦିନ ହେବ ସରକାରଙ୍କ ଉପରେ ଚାପ ପକାଉଛି ।

ଏହାଦ୍ୱାରା ଅଧିକ ସଂକ୍ରମିତଙ୍କ ଚିକିତ୍ସା ପାଇଁ ମେଡିକାଲ ଗୁଡ଼ିକ ନିଜକୁ ପ୍ରସ୍ତୁତ ରଖିବା ସହ ଆବଶ୍ୟକତା ପୂରଣ ଲାଗି ସମୟ ପାଇପାରିବେ । ସେହିପରି ଟିକାର ସାର୍ବଜନୀନ ବିଳମ୍ବକୁ ନେଇ ମଧ୍ୟ ପ୍ରଶ୍ନ କରିଛି ଆଇଏମଏ । ପର୍ଯ୍ୟାପ୍ତ ଟିକା ଉପଲବ୍ଧ ନହେବା ଓ ଦାମରେ ପାର୍ଥକ୍ୟକୁ ନେଇ ଆଇଏମଏ ପ୍ରଶ୍ନ ଉଠାଇଛି କେନ୍ଦ୍ର ସରକାରଙ୍କୁ । ତେବେ ବର୍ତ୍ତମାନ ସମୟରେ ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଛି । ତେଣୁ ଜିଡିପିର ୮% ସ୍ୱାସ୍ଥ୍ୟସେବାରେ ଖର୍ଚ୍ଚ କରାଯାଉ ବୋଲି ପ୍ରସ୍ତାବ ଦେଇଛି ଆଇଏମଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି