Masthead

ସେରୋ ସର୍ଭେ: ୪୫-୬୦ବର୍ଗର ଲୋକଙ୍କ ଠାରେ ଅଧିକ ଆଣ୍ଟିବଡି ବିକଶିତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚତୁର୍ଥ ଜାତୀୟ ସେରୋ ସର୍ଭେ ରିପୋର୍ଟ ଅନୁଯାୟୀ ୪୫-୬୦ବର୍ଗର ଲୋକଙ୍କ ଠାରେ ଅଧିକ ଆଣ୍ଟିବଡି ବିକଶିତ ହୋଇଛି । ଯାହା ୧୮-୪୪ ବର୍ଷ ବର୍ଗଙ୍କ ଠାରୁ ଅଧିକ । ୬ରୁ ୧୭ ବର୍ଷ ଭିତରେ ୫୦ ପ୍ରତିଶତ ପିଲା ସଂକ୍ରମିତ ହୋଇସାରିଛନ୍ତି ବୋଲି ସେରୋ ସର୍ଭେ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସେମାନଙ୍କର ଆଣ୍ଟିବଡି ବୃଦ୍ଧି ହୋଇଛି । ୪୫ରୁ ୬୦ ବର୍ଷ ବୟସ୍କ ଭିତରେ ୭୭.୬ ପ୍ରତିଶତ ଲୋକଙ୍କର ଆଣ୍ଟିବଡି ବୃଦ୍ଧି ହୋଇଛି ।

ସେହିଭଳି ୭୬ ପ୍ରତିଶତ ୬୦ ବର୍ଷରୁ ଅଧିକ ଲୋକଙ୍କର ଆଣ୍ଟିବଡ଼ି ବୃଦ୍ଧି ହୋଇଛି । ତା ସହ ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୬୭.୬ ପ୍ରତିଶତ ଲୋକଙ୍କ ନିକଟରେ କୋଭିଡ-୧୯ ବିରୋଧରେ ଆଣ୍ଟିବଡ଼ି ବିକଶିତ ହୋଇଛି । ତଥାପି ବିପଦର ବଳୟ ଭିତରେ ୪୦ କୋଟି ଲୋକ ଥିବା ଚତୁର୍ଥ ଜାତୀୟ ସେରୋ ସର୍ଭେ ରିପୋର୍ଟରେ ଉଲ୍ଲେଖ । । ପ୍ରାକୃତିକ ଉପାୟରେ କରୋନା ଆଣ୍ଟିବଡ଼ି ସୃଷ୍ଟି ହେଉଥିବା ଲୋକମାନେ ଅଧିକ ସୁରକ୍ଷିତ । କରୋନାର ପ୍ରଥମ ଲହରରେ ଯେଉଁ ବ୍ୟକ୍ତିଙ୍କର ସେରୋ ସର୍ଭେ କରାଯାଇଥିଲା, ସେମାନଙ୍କ ମଧ୍ୟରୁ ୨ହଜାର ୨୩୮ ଜଣ ପୁନଃ ସଂକ୍ରମିତ ନେଇ ଆଉ ଏକ ସର୍ଭେ କରାଯାଇଥିଲା ।

ଏଥିରୁ ଜଣାପଡ଼ିଛି ଯେ, ୧୧ଶହ ୭୦ ଅର୍ଥାତ୍ ୫୨.୦୭ ପ୍ରତିଶତ ବ୍ୟକ୍ତିଙ୍କଠାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି । ଏହି ସେରୋ ସର୍ଭେ ରିପୋର୍ଟ ଅନୁସାରେ ଦ୍ୱିତୀୟ ଲହରରେ ଏହି ଲୋକମାନେ ଅଧିକ ସୁରକ୍ଷିତ । ତେବେ ଏହି ସେରୋ ସର୍ଭେ ରିପୋର୍ଟ ପରେ ଏବେ ଲୋକେ ସତର୍କ ରହିବା ଆବଶ୍ୟକତା ଥିବା ଆଇସିଏମ୍ଆର ନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି । ଏଥିସହିତ ସାମାଜିକ, ଧାର୍ମିକ ଏବଂ ରାଜେନୖତିକ କାର୍ଯ୍ୟକ୍ରମ ଆୟୋଜନକୁ ବାରଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ