Masthead

ଭିନ୍ନକ୍ଷମ ଯୁବତୀଙ୍କୁ ଯୌନ ନିର୍ଯାତନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀର ଛାତି ଉପରେ ଦିଆଯାଉଛି ଯୌନ ନିର୍ଯାତନା । ସିକ୍ରେଟ ଚ୍ୟାମ୍ବରରେ ପରସି ଦିଆଯାଉଛି ସୁନ୍ଦରୀ ଝିଅ ଓ ଭିନ୍ନକ୍ଷମ ଯୁବତୀଙ୍କୁ । ଯାହା ସାଙ୍ଗରେ ଇଛା ତାହା ସାଙ୍ଗରେ ଶୋଉଥିଲେ । ଅନିଛା ପ୍ରକାଶକଲେ ଦେଉଥିଲେ ନିର୍ଯାତନା । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଭୁବନେଶ୍ୱରର ପଳାସପଲ୍ଲୀରେ ଥିବା ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରୁ । ସଂସ୍ଥାରେ ଭିନ୍ନକ୍ଷମ ଯୁବକ ଯୁବତୀମାନଙ୍କୁ କମ୍ପ୍ୟୁଟର, ସିଲେଇ ଏବଂ ବିୟୁଟି ପାର୍ଲର ପାଇଁ ତାଲିମ ଦିଆଯାଉଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅର୍ଥରେ ଏହି ପ୍ରକଳ୍ପଟି କାର୍ଯ୍ୟ କରୁଥିଲା । ଯୁବତୀଙ୍କ ଅଭିଯୋଗ ଅନୁସାରେ ଏଠାରେ ବାହାରୁ ଯୁବତୀମାନଙ୍କୁ ଅଣାଯାଇ ଅଫିସରମାନଙ୍କୁ ଖୁସି କରାଯାଉଥିଲା । ଯଦି କେହି ମିଳୁନଥିଲେ ତେବେ ଟ୍ରେନିଂ ନେଉଥିବା ଭିନ୍ନକ୍ଷମ ଯୁବତୀ ନହେଲେ ଅଫିସରେ କାମ କରୁଥିବା ଯୁବତୀଙ୍କୁ ରାତି କାଟିବାକୁ ବାଧ୍ୟ କରାଯାଉଥିଲା । ଏହାର ଏକ ଭିଡିଓ ଭାଇରାଲ୍ ହୋଇଛି । ଏନେଇ ଏୟାରଫିଲ୍ଡ ଥାନାରେ ମାମଲା ରୁଜୁ ହେବାପରେ ସଂସ୍ଥାର ମୁଖ୍ୟ ଫେରାର ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ