Masthead

ପୁଅ ସହ ଫୋନରେ କଥା ହେଲେ ଶାହାରୁଖ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଗତକାଲି ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଏନସିବି ଗିରଫ କରିଥିଲା । ଡ୍ରଗ୍ସ ଲିଙ୍କରେ ଆର୍ଯ୍ୟନଙ୍କ ସମ୍ପୃକ୍ତି ଥିବା ନେଇ ଗିରଫ ହୋଇଛନ୍ତି ସେ । ତେବେ ଗିରଫ ହେବା ପରେ ଆଜି ପ୍ରଥମ ଥର ପାଇଁ ଆର୍ଯ୍ୟନ ଶାହାରୁଖ ଖାନଙ୍କ ସହ କଥା ହୋଇଛନ୍ତି । ଶାହାରୁଖ ଆର୍ଯ୍ୟନଙ୍କ ସହ ଲ୍ୟାଣ୍ଡଲାଇନ ଫୋନରେ କଥା ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରାୟ ୨ ମିନିଟର କଥାବାର୍ତ୍ତା ହୋଇଛି ।

ସୂଚନା ଅନୁଯାୟୀ ଆଜି ଆର୍ଯ୍ୟନଙ୍କ ରିମାଣ୍ଡ ସରୁଛି । ତାଙ୍କୁ ଆଜି ପୁଣି କୋର୍ଟରେ ହାଜର କରାଯିବ । ତେବେ ତାଙ୍କର ଏହି ରିମାଣ୍ଡର ଅବଧି ବଢୁଛି ନା ତାଙ୍କୁ ବେଲ ମିଳୁଛି ସେ ସମ୍ବନ୍ଧରେ କିଛି ଜଣପଡିନି । ଗତକାଲି ଆର୍ଯ୍ୟନଙ୍କ ଓକିଲ ସତିଶ ମାନସିନ୍ଦେ କହିଥିଲେ, ସେ ଆଜି ରେଗୁଲାର କୋର୍ଟରେ ଆର୍ଯ୍ୟନଙ୍କ ବେଲ୍ ପାଇଁ ଆବେଦନ କରିବେ । ସେପଟେ ଆର୍ଯ୍ୟନଙ୍କ ରିମାଣ୍ଡ ଅବଧି ବଢିବା ନେଇ ଏନସିବି ନିଜର ପ୍ରସ୍ତୁତି ଚଳାଇବା ନେଇ ଜଣାପଡିଛି । ଏନସିବି କହିଛି ଯେ, ଆର୍ଯ୍ୟନ ଖାନଙ୍କ ଫୋନ ମେସେଜରୁ କିଛି ଡ୍ରଗ୍ସ ବେପାରିଙ୍କ ବିଷୟରେ ଜଣାପଡିଛି । ତାଙ୍କ ବିଷୟରେ ଏନସିବି ଅଧିକ ପଚରାଉଚରା କରିବା ପାଇଁ ଆର୍ଯ୍ୟନଙ୍କ ରିମାଣ୍ଡ ବଢାଇବା ପାଇଁ ଚାହୁଁଛି ।

ଏନସିବିର କହିବା ଅନୁଯାୟୀ ଆର୍ଯ୍ୟନଙ୍କୁ ପଚରାଉଚରା କଲେ ଡ୍ରଗ୍ସ ବେପାରିମାନଙ୍କ ସମ୍ବନ୍ଧରେ ଅଧିକ ସୂଚନା ମିଳିପାରିବ । ଗତ ଶନିବାର ରେଭ ପାର୍ଟିରୁ ଧରାପଡିଥିବା ଆର୍ଯ୍ୟନଙ୍କୁ ରବିବାର ୧୨ ଘଣ୍ଟା ଜେରା ପରେ ଏନସିବି ତାଙ୍କୁ ଗିରଫ କରିଥିଲା । ପରେ କୋର୍ଟ ତାଙ୍କୁ ଗୋଟିଏ ଦିନ ପାଇଁ ଏନସିବି ହେପାଜତକୁ ପଠାଇଥିଲା । ଏହା ସହ ଡ୍ରଗ୍ସ ସପ୍ଲାଏ କରୁଥିବା ଡ୍ରଗ୍ସ ପେଡଲରଙ୍କୁ .ଗିରଫ କରିଛି ଏନସିବି । ଗିରଫ ହୋଇଥିବା ଡ୍ରଗ୍ସ ପେଡେଲର ଜଣକ ହେଲେ ଶ୍ରେୟସ ନାୟର । ଗତ ରାତିରେ ହିଁ ଏନସିବି ବିଭିନ୍ନ ସ୍ଥାନରେ ଚଢାଉ କରି ଶ୍ରେୟସଙ୍କୁ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା