Masthead

ବାଘେଲଙ୍କ ବିମାନକୁ ଅବତରଣ କରିବାକୁ ମନା କଲେ ୟୁପି ସରକାର

ବଡ଼ ଖବର ବ୍ୟୁରୋ: ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ଘଟିଥିବା ଘଟଣା ଉପରେ ବର୍ତ୍ତମାନ ସାରା ଦେଶର ନଜର ରହିଛି । ଏନେଇ ପୁରା ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ସମସ୍ତେ କୃଷକଙ୍କ ସପକ୍ଷରେ ବାହାରିଥିବାର ଦେଖିବାକୁ ମିଳୁଛି । ଏହା ମଧ୍ୟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷେ୍ନø ଗସ୍ତକୁ ମନା କରାଯାଇଥିବାର କଥା ସାମ୍ନାକୁ ଆସିଛି । ତେବେ ଲଖିମପୁରରେ ଘଟିଥିବା ଘଟଣାକୁ ସମର୍ଥନ ଜଣାଇ ଭୂପେଶ ବାଘେଲ ଲକ୍ଷେ୍ନø ଗସ୍ତରେ ବାହାରିଥିଲେ । ହେଲେ ଲକ୍ଷେ୍ନø ବିମାନବନ୍ଦରରେ ତାଙ୍କ ବିମାନ ଅବତରଣ କରିବାକୁ ଅନୁମତି ଦିଆଯାଇନଥିଲା । ସେପଟେ ପ୍ରିୟଙ୍କା ଗାନ୍ଧୀ ଲଖିମପୁର ଯିବାର ଠିକ କିଛି ସମୟ ପରେ ଏପରି ଘଟିଥିବାର ସୂଚନା ମିଳିଛି ।

କେବଳ ବାଘେଲ ନୁହଁନ୍ତି ବରଂ ପଞ୍ଜାବର ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ରାନ୍ଧୱାଙ୍କ ବିମାନକୁ ମଧ୍ୟ ଅବତରଣ କରିବାକୁ ଦିଆଯାଇନଥିଲା । ଏଖବର ସାମ୍ନାକୁ ଆସିବା ପରେ ପୁଣି ଆଉଥରେ କେନ୍ଦ୍ରକୁ ବିରୋଧୀ ଦଳ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ଏନେଇ ନିଜେ ଭୂପେଶ ବାଘେଲ ମଧ୍ୟ ବଡ଼ ବୟାନ ଦେଇଛନ୍ତି । ତେବେ ଉତ୍ତରପ୍ରଦେଶ ସରକାର ରାଜ୍ୟକୁ ଆସିବାକୁ ଅନୁମତି ନ ଦେବା ପାଇଁ ଷଡ଼ଯନ୍ତ୍ର ରଚୁଛନ୍ତି । ଏପରି କରି ଚାଷୀଙ୍କ ପ୍ରତୀ ଥିବା ତାଙ୍କର ମନଭାବ ପଦାରେ ପଡ଼ିଛି ବୋଲି ଭୂପେଶ ବାଘେଲ କହିଛନ୍ତି ।

ଏଇଠି ପ୍ରଶ୍ନ ଉଠୁଛି ଉତ୍ତରପ୍ରଦେଶରେ ନାଗରିକ ଅଧିକାର ସ୍ଥଗିତ ରଖାଯାଇଛି କି? ଯଦି ୧୪୪ ଧାରା ଲଖିମପୁରରେ ଅଛି, ତାହାଲେ ସରକାର କାହିିଁକି ଲକ୍ଷେ୍ନøରେ ଅବତରଣ କରିବାରେ ଅଟକାଉଛନ୍ତି ? ନା ବିରୋଧୀକୁ ରାଜ୍ୟରେ ଆସିବାକୁ ନ ଦେବାର ଏହା ଏକ ଷଡ଼ଯନ୍ତ୍ର? ସେପଟେ ଆନ୍ଦୋଳନରତ ଚାଷୀଙ୍କ ଉପରକୁ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଗାଡ଼ି ଚଢାଇଦେଇଥିଲେ । ଏହି ଦୁର୍ଘଟଣାରେ ୮ ଜଣ କୃଷକ ମୃତ୍ୟୁବରଣ କରିଥିବା ବେଳେ ୧୦ ଜଣ ଆହତ ହୋଇଥିବାର ସୂଚନା ମିଳିଛି । ଅନ୍ୟପଟେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏପରି ଘଟଣା ଶାସକ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏନେଇ ବିରୋଧୀ ଦଳ ଶାସକ ଦଳକୁ ଟାର୍ଗେଟ କରିବାରେ ଲାଗିଛନ୍ତିି । ତେବେ ବର୍ତ୍ତମାନ ଦେଖିବାର ବିଷୟ ଏହା ରାଜନୈତିକ ମୁଦ୍ଦା ହୋଇ ରହୁଛି ନା ଦୋଷୀଙ୍କୁ ଉଚିତ ଶାସ୍ତି ମିଳୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?