Masthead

ଆରପାରିରେ ମାମା ଶକୁନି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆରପାରିରେ ଟେଲିଭିଜନ ଧାରାବାହିକର ଲୋକପ୍ରିୟ ଅଭିନେତା ସରବଜିତ ଗୁଫି  ପେଣ୍ଟଲ । ଦୀର୍ଘଦିନର ଅସୁସ୍ଥତା ପରେ ଶେଷରେ ଆଖିବୁଜିଛନ୍ତି ଗୁଫୀ । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବୟସ ହୋଇଥିଲା । ଏହି ଖବର ପରେ ଟିଭି ଓ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । ରୋଗାଗ୍ରାସ୍ତ ଯୋଗୁଁ ଦୀର୍ଘଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଗୁଫି ପେଣ୍ଟଲ । ଗୁଫି ପେଣ୍ଟଲ ମହାଭାରତର ଶକୁନି ମାମା ଭାବେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ସେ ଅଭିନେତା ହେବା ପୂର୍ବରୁ ସେନାରେ ଥିଲେ । ନିଜ ଭାଇଙ୍କଠାରୁ ଅନୁପ୍ରାଣିତ ହୋଇ ସେ ମୁମ୍ବାଇ ଆସି ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ । ଅଶି ଦଶକରେ ଗୁଫି ପ୍ରଥମେ ଫିଲ୍ମରେ କ୍ୟାରିୟର ଆରମ୍ଭ କରିଥିଲେ।

୧୯୭୫ରେ ରିଲିଜ ହୋଇଥିବା ଫିଲ୍ମ ‘ରଫୁ ଚକ୍କର’ରେ ସେ ପ୍ରଥମେ ଅଭିନୟ କରିଥିଲେ। ତା’ପରେ ‘ଦିଲଲଗି’, ଦେଶ ପରଦେଶ ଓ ସୁହାଗ ଆଦି ଫିଲ୍ମରେ ଅଭିନୟ କରିଥିଲେ। ତେବେ ଗୁଫି ସାରା ଦେଶରେ ଜଣାଶୁଣା ହୋଇଥିଲେ ୧୯୮୮ରୁ ୧୯୯୦ ପର୍ୟ୍ୟନ୍ତ ଡିଡି ନ୍ୟାସନାଲରେ ପ୍ରସାରିତ ହୋଇଥିବା ବି.ଆର ଚୋପ୍ରାଙ୍କ ଧାରାବାହିକ ‘ମହାଭାରତ’ ମାଧ୍ୟମରେ। ‘ମହାଭାରତ’ରେ ସେ ଶକୁନି ଭୂମିକାରେ ଅଭିନୟ କରିଥିଲେ। ଆଉ ଏହି ଚରିତ୍ରରେ ତାଙ୍କର ନିଖୁଣ ଅଭିନୟ ସମସ୍ତଙ୍କୁ ଭଲ ଲାଗିଥିଲା। ପରେ  ଗୁଫୀ ଉଭୟ ଟେଲିଭିଜନ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ‘ବାହାଦୁର୍‌ ଶାହ ଜାଫର୍‌’, ‘ମହାଭାରତ’, ‘କାନୁନ୍‌’, ‘ଓଁ ନମଃ ଶିବାୟ’, ‘ସିଆଇଡି’,  ‘ଦ୍ବାରକାଧୀଶ ଭଗବାନ ଶ୍ରୀକୃଷ୍ଣ’, ‘ରାଧାକୃଷ୍ଣ’ ଏବଂ ‘ଜୟ କନିୟା ଲାଲ୍‌ କି’ ଆଦି ଅନେକ ଟେଲିଭିଜନ ଧାରାବାହିକରେ ସେ ଅଭିନୟ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ