Masthead

ଭାଇକୁ ଖୋଜୁଛି ଭାଇ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଦିନେ କାମକୁ ନଗଲେ ପରଦିନ ଚୁଲି ଜଳିବନି । ପରିବାର ମୁହଁରେ ହସ ଫୁଟାଇବା ପାଇଁ ଘରୁ ଗୋଡ କାଢିଥିଲେ ଦୁଇ ରୋଜଗାରିଆ ପୁଅ । ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ବଞ୍ଚିଯାଇଛନ୍ତି । ଭାଇ ଖୋଜୁଛି ଭାଇର ମୃତଦେହ । ଶବ ଖୋଜି ପାଉନାହାନ୍ତି ପରିବାର ଲୋକେ ।ଭାଇ, କେତେ ଦିନ ଆଉ ଭୋକ ଓପବାସରେ ରହିବା? ଚାଲ, ଚେନ୍ନାଇ ଯିବା । କାମ କରି ନିଜେ ଦୁଇମୁଠା ଖାଇବା । ଟଙ୍କା ପଠେଇଲେ ବାପା, ମାଆ ଚଳିବେ । ଘର କରିବା । ଏଥିଲା ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଞ୍ଚଳର ଦୁଇ ଭାଇଙ୍କ କଥା । ଧାରକରଜ କରି ଦୁଇଭାଇ ବାହାରିଥିଲେ ଚେନ୍ନାଇ । କରମଣ୍ଡଳର ଜେନେରାଲ ଗବିରେ ଚଢିଥିଲେ । ଟଙ୍କା ରୋଜଗାର କରିବେ ।

ବାପା-ମଆଙ୍କ ମୁହଁରେ ଖସ ଫୁଟାଇବେ । ସେଇ ଚିନ୍ତାରେ ବୁଡିଯାଇଥିଲେ ଦୁଇଭାଇ । କେତେବେଳେ ଟ୍ରେନ୍ ବାଲେଶ୍ୱର ଷ୍ଟେସନ ଅତିକ୍ରମ କଲାଣି ସେମାନେ ଜାଣି ନଥିଲେ । ହଠାତ୍ ପ୍ରଚଣ୍ଡ ଶବ୍ଦରେ ସେମାନଙ୍କ ସ୍ୱପ୍ନ ଭାଙ୍ଗିଗଲା । ପରିବାର ଲୋକେ ଜାଣିଲେ, ଦୁଇପୁଅ ଯାଇଥିବା ଟ୍ରେନ୍ ଦୁର୍ଘଟଣା ହୋଇଛି । ଶହ ଶହ ଲୋକ ମରିଛନ୍ତି । ଆଶା ଓ ବିଶ୍ୱାସର ସହ ଛୁଟିଆସିଥିଲେ ବାହାନଗା ।ବାପା, ଭାଇ ଖୋଜୁଛନ୍ତି ଶବ । ବାହାନଗା, ସୋର, ଭଦ୍ରକ, ବାଲେଶ୍ୱର, କଟକ, ଭୁବନେଶ୍ୱର ବୁଲିଗଲେଣି । କେଉଁଠି ହେଲେ ମୃତଦେହ ପାଉ ନାହାନ୍ତି । ଫଟୋ ଧରି ବୁଲୁଛନ୍ତି । ବହୁ ଲୋକଙ୍କୁ ପଚାରୁଛନ୍ତି । ମାତ୍ର କାହାରି ପାଖରେ ଉତ୍ତର ନାହିଁ ।କରମଣ୍ଡଳ ଦୁର୍ଘଟଣା ଧୀରେ ଧୀରେ ଇତିହାସ ହୋଇଯିବ । ବଦଳିଯିବ ଦୁର୍ଘଟଣାସ୍ଥଳର ଚିତ୍ର । ବଦଳିବ ସରକାର । କିନ୍ତୁ ଯେଉଁମାନେ ସବୁଦିନ ପାଇଁ ସଂସାର ଛାଡି ଚାଲିଗଲେ, ସେମାନଙ୍କ ଆତ୍ମୀୟଙ୍କ ଆଖିରୁ ଝରୁଥିବା ଲୁହ ପୋଛିବ କିଏ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା