Masthead

ଆଇଏସଆଇଙ୍କ ଗୁଇନ୍ଦାଗିରି କରୁଥିବା ନେତା ଯିବେ ଜେଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କଂଗ୍ରେସର ରାଜ୍ୟସଭା ସାଂସଦ ଦିଗବିଜୟ ସିଂହଙ୍କ ବୟାନ ହେତୁ ବିବାଦ ବଢିବାରେ ଲାଗିଛି । ସେ କହିଛନ୍ତି ମଧ୍ୟ ପ୍ରଦେଶରେ କଂଗ୍ରେସ ଗାଦିରେ ଆସିଲେ ଆଇଏସଆଇଙ୍କ ପାଇଁ ଗୁଇନ୍ଦାଗିରି କରୁଥିବା ବିଜେପି ଓ ବଜଂରଙ୍ଗଦଳର ପଦ ଅଧିକାରୀଙ୍କ ବିରୋଧରେ ଦେଶଦ୍ରେହର ମାମଲା ହେବ ।ମଧ୍ୟପ୍ରଦେଶରେ ଏହି ବର୍ଷ ଶେଷରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ରାଜ୍ୟରେ ବିଜେପି ୧୭ ଡିସେମ୍ବର ୨୦୧୮ରୁ ୨୦ ମାର୍ଚ୍ଚ ୨୦୨୦ ମଧ୍ୟରେ ୧୫ ମାସକୁ ଛାଡିକରି ଆଠ ଡିସେମ୍ବର ୨୦୦୩ ରୁ ପାଖାପାଖି ୧୮ ବର୍ଷ ହେବ ଗାଦିରେ ଅଛି । ଦିଗବିଜୟ ସିଂହ ଖଣ୍ଡବା ରେ କହିଛନ୍ତି , ଯଦି କଂଗ୍ରେସ (ମଧ୍ୟପ୍ରଦେଶରେ) ଗାଦିକୁ ଆସିଲା ତେବେ ଭ୍ରଷ୍ଟାଚାରର ସବୁ ମାମଲା ଖୋଲାଯିବ ଓ ଦାୟିତ୍ୱ ସ୍ଥିର କରାଯିବ ।

ଆଇଏସଆଇ ପାଇଁ ଗୁଇନ୍ଦାଗିରି କରୁଥିବା ବଜରଙ୍ଗ ଦଳ ଓ ବିଜେପିର ଲୋକଙ୍କ ବିରୋଧରେ ଦେଶଦ୍ରେହର ମାମଲା ହେବ ଓ ତାଙ୍କୁ ଜେଲ ପଠାଯିବ ।ସେ ବିଜେପି ବଜରଙ୍ଗ ଦଳର କିଛି ଲୋକଙ୍କ ଉପରେ ଆଇଏସଆଇ ପାଇଁ ଗୁଇନ୍ଦାଗିରି କରୁଥିବା ଦୋଶ ଲଗାଇଛନ୍ତ । ଦିଗବିଜୟ ସିଂହ ନୂତନ ସଂସଦର ପିଏମ ମୋଦିଙ୍କ ହାତରେ ଉଦଘାଟନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ନେତା କହିଥିଲେ ବିଜେପି ଏକ ଆଦିବାସୀ ମହିଳାଙ୍କୁ ଦେଶର ରାଷ୍ଟ୍ରପତି ବନିବାର ଶ୍ରେୟ ନେଲେ । କିନ୍ତୁ ସେ ଚାହୁଁନଥିଲେ ଦ୍ରୋପଦୀ ର୍ମୁମୁ ନୂତନ ସଂସଦ ଭବନର ଉଦଘାଟନ କରନ୍ତୁ । ସେ କହିଛନ୍ତି ରାଷ୍ଟ୍ରପତି ଝାଡଖଣ୍ଡରେ ହାଇକୋର୍ଟର ବିଲଡିଙ୍ଗ ଉଦଘାଟନ କରିପାରନ୍ତି କିନ୍ତୁ ଦିଲ୍ଲୀରେ ରହି ମଧ୍ୟ ନୂତନ ସଂସଦ ଭବନର ନୁହେଁ । କାରଣ ମୋଦି ପ୍ରତ୍ୟକ ସ୍ଥାନରେ ନିଜ ଚେହେରା ଦେଖାଇବାକୁ ଚାହୁଁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା