Masthead

ବିସ୍ଥାପିତ ହେବାକୁ ନିବେଦନ କଲେ ଶିମିଳିବୋଲ ଗ୍ରାମବାସୀ

ନରସିଂହପୁର  (ବଡ଼ ଖବର ବ୍ୟୁରୋ): ଗ୍ରାମବାସୀଙ୍କର ଏକର ଏକର ଜମିରେ ପାଣି ପଶିବ । ଜନଜୀବନ ଅସ୍ତବ୍ୟସ୍ତ ହେବ। ଜଙ୍ଗଲ ଜନ୍ତୁ ଗାଁ ମୁହାଁ ହେବେ । ତେବେ କିପରି ଚଳିବେ ଗ୍ରାମବାସୀ । ଭୟରେ ଗାଁ ଛାଡିବାର ନିଷ୍ପତି ନେଇଛନ୍ତି ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ନରସିଂହପୁର ବ୍ଲକର ଓଲବ ଅଞ୍ଚଳର ଶିମିଳିବୋଲ ଗ୍ରାମରେ । ନରସିଂହପୁର ବ୍ଲକର ଓଲବ ଅଞ୍ଚଳର ଶିମିଳିବୋଲ ଗ୍ରାମ ଦେଇ ହାଡୁଆ ଜଳସେଚନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରସ୍ତାବିତ ସରିଛି। ଏହାରି ଭିତରେ ଶିମିଳିବୋଲ ଗ୍ରାମବାସୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କର ଏକର ଏକର ଜମିରେ ପାଣି ପଶିବ ତେବେ କିପରି ଚଳିବେ ଗ୍ରାମବାସୀ। ସାହି ଠାରୁ ୧୦୦ମିଟର ଦୂରରେ ପାଣି ଚାଲିବ ଜଙ୍ଗଲ ଜନ୍ତୁ ଗାଁ ମୁହାଁ ହେବେ। ଜନଜୀବନ ଅସ୍ତବ୍ୟସ୍ତ ହେବ। ଏନେଇ ଗଣମାଧ୍ୟମ ଜରିଆରେ ବିସ୍ଥାପିତ ହୋଇଯିବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ । ପିଲାଛୁଆ ପରିବାର ନେଇ ଜଳ ଓ ଜଙ୍ଗଲ ଜନ୍ତୁଙ୍କ ସହ ସଂଘର୍ଷ ନ କରି ବିସ୍ଥାପନ ପାଇଁ ଅନୁରୋଧ ରଖିଛନ୍ତି ଗ୍ରାମବାସୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା