Before Header

ଦର୍ଶକଙ୍କ ମନୋରଞ୍ଜନ କରିବ ‘ସୂର୍ଯ୍ୟକିରଣ’

0 596

ଅହମ୍ମଦାବାଦ (ବଡ଼ ଖବର ବ୍ୟୁରୋ): ବିଶ୍ୱକପ -୨୦୨୩ର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟରେ ପରାସ୍ତ କରିଛି । ଏହା ସହ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଛି। ଟାଇଟଲ ମ୍ୟାଚରେ ଟିମ୍ ଇଣ୍ଡିଆ ସହିତ ମୁହାଁମୁହିଁ ହେବେ। ରବିବାର ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହେଲାଣି ।

ଫାଇନାଲ ମ୍ୟାଚରେ ଭାରତୀୟ ବାୟୁସେନାର ସୂର୍ୟ୍ୟକିରଣ ଏରୋବେଟିକ୍ ଦଳ ଏୟାର ସୋ’ କରିବେ । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳା ହେବା ପୂର୍ବରୁ ମୋଟେରାରେ ଏହି ଦଳ ୧୦ ମିନିଟ୍ ଧରି ଏୟାର ସୋ’ କରି ଦର୍ଶକଙ୍କ ମନୋରଞ୍ଜନ କରିବେ । ଏଥିପାଇଁ ଆଜି ଓ ଆସନ୍ତାକାଲି ଦୁଇ ଦିନ ଅଭ୍ୟାସ କରାଯିବ ।

Leave A Reply

Your email address will not be published.