Masthead

ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ୫ଜଣଙ୍କୁ ଆଖିବୁଜା ଗୁଳିମାଡ଼ । ଘର ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ । ଗାଡ଼ି ପାକିଂକୁ ନେଇ ହିଂସା । ଏଭଳି ଘଟଣା ଦେଖିବାକୁ ମିଳିଛି ବିହାରର ପାଟଣା ଜେଠୁଲି ଇଲାକାରେ । ପାକିଂ ବିବାଦକୁ ଜଳିଛି ନିଆଁ । ଦୁର୍ବୃତ୍ତମାନେ ୫ଜଣଙ୍କୁ ଗୁଳିମାଡ଼ କରିଥିଲେ । ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି । ଏହାସହ ଅନ୍ୟ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଜେଠୁଲିରେ ଉମେଶ ରାୟ ନାମକ ଜଣେ ବ୍ୟକ୍ତି ରହୁଥିଲା । ସେ ଲୋକଙ୍କ ଜମି ଜୋରଜବରଦସ୍ତି ହଡପ କରି ବ୍ୟବସାୟ କରୁଥିଲା ଏବଂ ଲୋକଙ୍କୁ ଡରାଇ ରଖୁଥିଲା । ତା’ର ଅନେକ ରାଜନେତାଙ୍କ ସହ ଭଲ ସମ୍ପର୍କ ଥିବାରୁ ତା’ ବିରୋଧରେ କେହି ସ୍ୱର ଉଠାଇବାକୁ ଡରୁଥିଲେ । ତା’ ସହ ସ୍ଥାନୀୟ ଲୋକଙ୍କର ପାର୍କିଙ୍ଗ ଜାଗାକୁ ନେଇ ପାଟିତୁଣ୍ଡ ହୋଇଥିଲା । ପାର୍କିଙ୍ଗ ଜାଗାରେ ଉମେଶ ନିଜ ଟ୍ରାକ୍ଟର ରଖିଥିବାରୁ ଗାଡି କାଢିବାକୁ ଲୋକଙ୍କୁ ସମସ୍ୟା ହୋଇଥିଲା । ଏନେଇ ବିରୋଧ କରିବାକୁ ଉମେଶ ରାଗିଯାଇ ଲୋକଙ୍କ ଉପରକୁ ଗୁଳିମାଡ କରିଥିଲା । ଫଳରେ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ଉମେଶ ଓ ତା ସହଯୋଗୀଙ୍କ ଘରେ ଓ ଗାଡିରେ ନିଆଁ ଲଗାଇଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ