Masthead

ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ୫ଜଣଙ୍କୁ ଆଖିବୁଜା ଗୁଳିମାଡ଼ । ଘର ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ । ଗାଡ଼ି ପାକିଂକୁ ନେଇ ହିଂସା । ଏଭଳି ଘଟଣା ଦେଖିବାକୁ ମିଳିଛି ବିହାରର ପାଟଣା ଜେଠୁଲି ଇଲାକାରେ । ପାକିଂ ବିବାଦକୁ ଜଳିଛି ନିଆଁ । ଦୁର୍ବୃତ୍ତମାନେ ୫ଜଣଙ୍କୁ ଗୁଳିମାଡ଼ କରିଥିଲେ । ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି । ଏହାସହ ଅନ୍ୟ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଜେଠୁଲିରେ ଉମେଶ ରାୟ ନାମକ ଜଣେ ବ୍ୟକ୍ତି ରହୁଥିଲା । ସେ ଲୋକଙ୍କ ଜମି ଜୋରଜବରଦସ୍ତି ହଡପ କରି ବ୍ୟବସାୟ କରୁଥିଲା ଏବଂ ଲୋକଙ୍କୁ ଡରାଇ ରଖୁଥିଲା । ତା’ର ଅନେକ ରାଜନେତାଙ୍କ ସହ ଭଲ ସମ୍ପର୍କ ଥିବାରୁ ତା’ ବିରୋଧରେ କେହି ସ୍ୱର ଉଠାଇବାକୁ ଡରୁଥିଲେ । ତା’ ସହ ସ୍ଥାନୀୟ ଲୋକଙ୍କର ପାର୍କିଙ୍ଗ ଜାଗାକୁ ନେଇ ପାଟିତୁଣ୍ଡ ହୋଇଥିଲା । ପାର୍କିଙ୍ଗ ଜାଗାରେ ଉମେଶ ନିଜ ଟ୍ରାକ୍ଟର ରଖିଥିବାରୁ ଗାଡି କାଢିବାକୁ ଲୋକଙ୍କୁ ସମସ୍ୟା ହୋଇଥିଲା । ଏନେଇ ବିରୋଧ କରିବାକୁ ଉମେଶ ରାଗିଯାଇ ଲୋକଙ୍କ ଉପରକୁ ଗୁଳିମାଡ କରିଥିଲା । ଫଳରେ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ଉମେଶ ଓ ତା ସହଯୋଗୀଙ୍କ ଘରେ ଓ ଗାଡିରେ ନିଆଁ ଲଗାଇଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା