Masthead

ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନଙ୍କ ଘରେ ପଥର ମାଡ଼

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କ ଦିଲ୍ଲୀ ବାସଭବନ ଉପରକୁ ପଥର ମାଡ଼ । ରବିବାର ବିଳମ୍ବିତ ରାତିରେ ଅସଦୁଦ୍ଦିନ ଓୱେସୀ ଘରେ ଦୁର୍ବୃତ୍ତମାନେ ପଥର ଫିଙ୍ଗିଥିବାର ଅଭିଯୋଗ ହୋଇଛି । ପଥର ଫିଙ୍ଗିବା ପରେ ଘରର ଝାରକା ଭାଙ୍ଗି ଯାଇଥିଲା। ଏହି ଘଟଣା ପରେ ପୋଲିସକୁ ସୂଚନା ଦେଇଥିଲେ ଅସଦୁଦ୍ଦିନ ଓୱେସୀ । ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଅଭିଯୋଗ କରିଛନ୍ତି ଯେ କିଛି ଅଜଣା ଦୁଷ୍କର୍ମକାରୀ ଦିଲ୍ଲୀ ବାସଭବନରେ ପଥର ଫିଙ୍ଗିଥିଲେ।

ଏହି ଘଟଣାର ସୂଚନା ପାଇବା ପରେ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ଦିଲ୍ଲୀ ପୋଲିସର ଏକ ଟିମ୍ ଓୱେସୀଙ୍କ ଘରକୁ ଯାଇ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଥିଲେ। ୨୦୧୪ ପରଠାରୁ ଏହା ପ୍ରଥମ ଘଟଣା ନୁହେଁ ବୋଲି ଓୱେସୀ କହିଛନ୍ତି । ଏହାପୂର୍ଵରୁ ମଧ୍ୟ ଏହି ଘଟଣା ଘଟିଛି ବରଂ ଏହା ହେଉଛି ଚତୁର୍ଥ ଆକ୍ରମଣ। ।  ଅପରାଧୀଙ୍କୁ ତୁରନ୍ତ ଧରାଯିବା ସହ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି