Masthead

ସମ୍ବଲପୁର ଜିଲ୍ଲାପାଳଙ୍କ ହାତ ଧରିବେ ବଲାଙ୍ଗିର ଜିଲ୍ଲାପାଳ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିବାହ ବନ୍ଧନରେ ବାନ୍ଧିହେବେ ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାପାଳ । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣା । ଏହା ଉଭୟଙ୍କ ଦ୍ୱିତୀୟ ବିବାହ । ରବିବାର ଉଭୟ ଆଇଏଏସଙ୍କ ନିର୍ବନ୍ଧ ସରିଛି । ଅନନ୍ୟାଙ୍କ ବାସଭବନରେ ପାରମ୍ପରିକ ରୀତିନୀତିରେ ହୋଇଛି ଏନଗେଜମେଣ୍ଟ । ଅନନ୍ୟା ଓ ଚଞ୍ଚଲଙ୍କ ପରିବାର ଏଥିରେ ସାମିଲ ହୋଇଥିଲେ । ଏଥିସହ କିଛି ନିକଟତର ବନ୍ଧୁ ଓ ଅଫିସର ମଧ୍ୟ ଉପସ୍ଥିତ ଥିଲେ । ଆସନ୍ତା ୩ ମାସ ମଧ୍ୟରେ ଦୁହେଁ ବିବାହ କରିବେ ।

ଏହା ଉଭୟଙ୍କ ଦ୍ୱିତୀୟ ବିବାହ । ପୂର୍ବରୁ ଉଭୟ ଭିନ୍ନ ଭିନ୍ନ ଜିଲ୍ଲାପାଳଙ୍କୁ ବିବାହ କରିଥିଲେ ବି ଛାଡପତ୍ର ହୋଇସାରିଛି । ଆସାମର ଝିଅ ଅନନ୍ୟା ପୂର୍ବରୁ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଅଖତରଙ୍କୁ ବିବାହ କରିଥିଲେ । ଚଞ୍ଚଲ ମଧ୍ୟ ବର୍ତ୍ତମାନର ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କୁ ବିବାହ କରିଥିଲେ । ଉଭୟଙ୍କ ଛାଡପତ୍ର ପରେ ପୁଣି ବିବାହ କରୁଛନ୍ତି ଅନନ୍ୟା ଦାସ ଓ ଚଞ୍ଚଲ ରାଣା ।

୨୦୧୩ ବ୍ୟାଚ୍ର ଆଇଏଏସ ଅଫିସର ହେଉଛନ୍ତି ଚଞ୍ଚଲ ରାଣା । ବଲାଙ୍ଗିରର ଜିଲ୍ଲାପାଳ ଥିବା ଚଞ୍ଚଲ ରାଣାଙ୍କ ଘର ଅନୁଗୁଳରେ । ଏନଆଇଟି ସିଲଚେରରୁ ବିଟେକ ଡିଗ୍ରୀ ହାସଲ କରିଥିଲେ, ୟୁପିଏସସିରେ ଟପ୍ପର ମଧ୍ୟ ହୋଇଥିଲେ । ପୂର୍ବରୁ କୁଚିଣ୍ଡା ଉପଜିଲ୍ଲାପାଳ ମଧ୍ୟ ରହି ସାରିଛନ୍ତି ଚଞ୍ଚଲ । ସେହିପରି ୨୦୧୮ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ଅନନ୍ୟା ଦାସ । ୟୁପିଏସସିରେ ସର୍ବଭାରତୀୟ ସ୍ତରରେ ୧୬ ର୍ୟାଙ୍କ ହାସଲ କରିଥିଲେ । ସମ୍ବଲପୁର ଜିଲ୍ଲାପାଳ ଥିବା ଅନନ୍ୟା ଦାସ ଆସାମର ମୂଳ ବାସିନ୍ଦା । ପୂର୍ବରୁ କଟକ ମହାନଗର ନିଗମର କମିଶନର ଦାୟିତ୍ୱ ତୁଲାଇଥିଲେ । ଏବେ ଏହି ଦୁଇ ଜିଲ୍ଲାପାଳଙ୍କ ବିବାହ ଚର୍ଚ୍ଚାର ବିଷୟ ପାଲଟିଛି । ଏହାପୂର୍ବରୁ ଦ୍ୱିତୀୟ ବିବାହ କରି ଚର୍ଚ୍ଚାକୁ ଆସିଥିଲେ ୨୦୧୫ ବ୍ୟାଚ୍ର ଆଇଏଏସ ଟପର ଟିନା ଡାବି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ