Masthead

ବାବୁ ଯାହା ଭାବୁଛନ୍ତି, ସେବକ ତାହା କହୁଛନ୍ତି: ଦର୍ଶନ ବନ୍ଦ ସୁଚିନ୍ତିତ ପ୍ଲାନ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ମଙ୍ଗୁନାହାନ୍ତି ସରକାରୀ ବାବୁମାନେ । ଆଗକୁ କାର୍ତ୍ତିକ ମାସ, ହବିଷ ପୁଣି ତା’ ସାଙ୍ଗକୁ ରହିଛି ନାଗାର୍ଜୁନ ବେଶ । ୨୬ବର୍ଷ ପରେ ଏହି ବେଶ ପଡ଼ୁଥିବାରୁ ପ୍ରବଳ ଭକ୍ତ ସମାଗମ ହେବା ନିଶ୍ଚିତ । କୋଭିଡ୍ ଭଳି ସ୍ଥିତିରେ ଏତେ ଭକ୍ତଙ୍କୁ ନିୟନ୍ତ୍ରଣ କରିବା ସରକାରଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ । ତେଣେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାରେ ପାନରୁ ଚୂନ ଖସିଲେ, ସରକାରଙ୍କ ଭାବମୂର୍ତ୍ତି ମଳିନ ପଡ଼ିଯିବ । ଆଗକୁ ନିର୍ବାଚନ ଆସୁଛି ।

ଶ୍ରୀମନ୍ଦିରରେ ଭକ୍ତ ବା ରାଜ୍ୟର ବିଭିନ୍ନ କୋଣରୁ ଆସୁଥିବା ଭକ୍ତଙ୍କର ସମସ୍ୟାକୁ ନେଇ ବିରୋଧୀ ଇସ୍ୟୁ କରିଦେବେ । ତେଣୁ କାଦୁଅକୁ ଯିବେ କାହିଁକି, ଗୋଡ଼ ଧୋଇବେ କାହିଁକି ନ୍ୟାୟରେ ଅନ୍ତତଃ ନାଗାର୍ଜୁନ ବେଶ ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯାଇ ପାରିଲେ ଭଲ ବୋଲି ସରକାରୀ ବାବୁମାନେ ଯୋଜନା କରିଛନ୍ତି । ହେଲେ ସରକାରଙ୍କ ପକ୍ଷରୁ ଦର୍ଶନ ବନ୍ଦ କରାଯିବା ନେଇ ନିଷ୍ପତ୍ତି ନିଆଯାଇ ପାରିବ ନାହିଁ । ତେଣୁ ସରକାରୀ ବାବୁମାନଙ୍କ ଭାବନାକୁ ତାଳ ଦେଇ ମତ ଦେଉଛନ୍ତି ସେବକମାନେ ।

୯ ତାରିଖ ୪ଟି ପ୍ରମୁଖ ନିଯୋଗ ସହ ଆଲୋଚନା କରିଥିଲେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ । ସେହି ଆଲୋଚନା ବେଳେ ବାବୁମାନେ ଯାହା ଭାବୁଛନ୍ତି, ତାହାହିଁ ସେବକ ପ୍ରତିନିଧିମାନେ କହିଛନ୍ତି । ଅନ୍ତତଃ ନାଗାର୍ଜୁନ ବେଶ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରଖିବାକୁ କହିଛନ୍ତି । ବାବୁମାନଙ୍କ ଭାବନା ଓ ସେବକ ପ୍ରତିନିଧିମାନଙ୍କ ମତ ମଧ୍ୟରେ ଏତେ ସମନ୍ୱୟ ଦେଖି ଭକ୍ତମାନେ ଚିନ୍ତାରେ ପଡ଼ିଛନ୍ତି । ବାସ୍ତବରେ ସେବକମାନେ ଚାହୁଁନାହାନ୍ତି ନା ସରକାର?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ