Masthead

ଓଡ଼ିଶାକୁ ଛୁଇଁ ଚାଲିଯିବ ଗଭୀର ଅବପାତ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ) : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇଛି । ଏହା ଅତି ମନ୍ଥର ଗତିରେ ସ୍ଥଳ ଭାଗ ଆଡକୁ ମୁହାଁଇଛି । ଅପରାହ୍ନ ୩ସୁଦ୍ଧା ନିଆଯାଇଥିବା ତଥ୍ୟ ଅନୁଯାୟୀ ଘଣ୍ଟାପ୍ରତି ଏହାର ବେଗ ୩ କିଲୋମିଟର ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଗଭୀର ଅବପାତରେ ବିଶାଖାପାଟଣା ଠାରୁ ୨୮୦ କିମି ଓ କାକିନାଡା ଠାରୁ ୩୨୦ କିମି ଦୂରରେ ରହିଛି ।

ଗଭୀର ଅବପାତର ବେଗ ମନ୍ଥର ଥିବାରୁ ଏହା ୧୩ ତାରିଖ ବିଳମ୍ବିତ ରାତିରେ ଆନ୍ଧ୍ର ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଗଭୀର ଅବପାତଟି ଆନ୍ଧ୍ରର ବିଜୟୱାଡା ଓ ଓଡ଼ିଶାର ମାଲକାନିଗିର ଜିଲ୍ଲା ମଧ୍ୟରେ ଅତିକ୍ରମ କରିବ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଜପତି, ମାଲକାନିଗିରି, ରାୟଗଡା, କୋରାପୁଟ, ନବରଙ୍ଗପୁର ଜିଲ୍ଲାଗୁଡିକରେ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏହା ବ୍ୟତୀତ ଉପକୂଳର ଗଞ୍ଜାମ, ପୁରୀ , ଖୋର୍ଦ୍ଧା, ନୟାଗଡ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ।
ବର୍ଷା ସହିତ ଘଣ୍ଟା ପ୍ରତି ୫୫ରୁ ୭୫ କିଲୋମିଟର ପର୍ଯ୍ୟନ୍ତ ପବନ ବହିବ । ସମୁଦ୍ର ଅଶାନ୍ତ ରହିବ । ପ୍ରାୟ ୧୨ଫୁଟ ଉଚ୍ଚ ପର୍ଯ୍ୟନ୍ତ ଜୁଆର ଉଠିବ ବୋଲି ସୂଚନା ମିଳିଛି । ଏହି ସମୟରେ ମତ୍ସଜୀବୀ ମାନେ ସମୁଦ୍ରକୁ ନ ଯିବା ପାଇଁ ସତର୍କ ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼