Masthead

ନୀତିଶଙ୍କ କାରକେଡ ପାଇଁ ଅଟକିଲା ଆମ୍ବୁଲାନ୍ସ, ବିପଦରେ ରୋଗୀର ଜୀବନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ମନ୍ତ୍ରୀଙ୍କ କାରକେଡ ପାଇଁ ଅଟକିଲା ଆମ୍ବୁଲାନ୍ସ । ଏପରି ଘଟଣା ଦେଖିବାକୁ ମିଳିଛି ବିହାରର ପାଟନାରେ । ବିହାରର ପାଟନାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କାରକେଡ ପାଇଁ ଜଣେ ରୋଗୀକୁ ନେଇ ଯାଉଥିବା ଆମ୍ଭୁଲାନ୍ସକୁ ଅଟକାଇଥିଲା ପୋଲିସ । ରୋଗୀଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା । ରୋଗୀଙ୍କ ସମ୍ପର୍କୀୟ କାନ୍ଦି କାନ୍ଦି କାକୁତି ମୀନତି ହୋଇ ଆମ୍ବୁଲାନ୍ସକୁ ଛାଡିଦେବାକୁ ନିବେଦନ କରିଥିଲେ ।

କିନ୍ତୁ ସିଏମ୍‌ଙ୍କ କାରକେଡ ନଯିବା ପର୍ଯ୍ୟନ୍ତ ପୋଲିସ ଆମ୍ଭୁଲାନ୍ସକୁ ଅଟକାଇ ରଖିଥିଲା । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାରେ ବିଜେପି ନୀତିଶ କୁମାରଙ୍କୁ ଟାର୍ଗେଟ କରିଛି । ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବିୟ ଏକ ଭିଡିଓ ସେୟାର କରି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା ନୀତିଶ କୁମାରଙ୍କ ସମ୍ବେଦନହୀନତା ଦେଖନ୍ତୁ ।

ତାଙ୍କ କାରକେଡର ଗତି ନକମିବା ପାଇଁ ସେ କାହାର ଜୀବନକୁ ମଧ୍ୟ ବାଜିରେ ଲଗାଇ ଦେଇପାରନ୍ତି । ଯେଉଁଠାରେ ମୋଦୀ ଜୀ ଅନେକଥର ତାଙ୍କ କାରକେଡକୁ ଅଟକାଇ ଆମ୍ଭୁଲାନ୍ସକୁ ଯିବାକୁ ଦେଇଛନ୍ତି । ନୀତିଶବାବୁ ଆମ୍ଭୁଲାନ୍ସରେ କାନ୍ଦୁଥ୍‌ôବା ପରିବାର ବିଷୟରେ ଆଦୌ ଭାବିନଥିଲେ । ଦୁର୍ନୀତିଗ୍ରସ୍ତ ଏବଂ ସମ୍ବେଦନଶୀଳ ଲୋକଙ୍କ ଅହଂକାରର ଏହା ହେଉଛି ସତ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ