Masthead

୧୮ ଦିନ ପରେ ଇସ୍ତଫା ଫେରାଇନେଲେ ସିଦ୍ଧୁ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବର୍ତ୍ତମାନ ଦଳରେ ସବୁ ଠିକ । ଆଉ କିଛି ସମସ୍ୟା ନାହିଁ । ଏଣିକି ମିଳିତ ଭାବରେ କରାଯିବ କାମ । ଦୀର୍ଘ ୧୮ ଦିନ ପରେ ଇସ୍ତଫା ଫେରାଇ ଏପରି କହିଲେ ସିଦ୍ଧୁ । ସେପଟେ ପଞ୍ଜାବ କଂଗ୍ରେସରେ କନ୍ଦଳ ଥମିବାରେ ନାଁ ନେଇନଥାଏ । ହେଲେ ବର୍ତ୍ତମାନ ଲାଗୁଛି ଦଳୀୟ କନ୍ଦଳ କିଛି ମାତ୍ରାରେ କମିବାରେ ଲାଗୁଛି । କାହିଁକିନା ନିଜ ସ୍ଥାନକୁ ନେଇ ମୁହଁ ଫୁଲାଇଥିବା ସିଦ୍ଧୁ ବର୍ତ୍ତମାନ ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କ ଗୁଣଗାନ କରିଛନ୍ତି । ଅଶାନ୍ତ ହୋଇ କିଛି ଦିନ ପୂର୍ବରୁ ସିଦ୍ଧୁ ନିଜର ଇସ୍ତଫା ପତ୍ର ଦଳର ସୁପ୍ରିମୋ ତଥା ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଦେଇଥିଲେ । ଏ ଖବର ସାମ୍ନାକୁ ଆସିବା ପରେ କେବଳ ପଞ୍ଜାବ ନୁହେଁ ବରଂ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ସେପଟେ ଦୀର୍ଘଦିନ ଧରି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଓ ସିଦ୍ଧୁଙ୍କର ବାକ ଯୁଦ୍ଧ ଚାଲିଥିଲା । ହେଲେ ଏସବୁର ଅବସାନ ଘଟାଇ କ୍ୟାପଟେନ ନିଜ ପଦରୁ ଇସ୍ତଫା ଦେଇଥିଲେ । ଲାଗିଲା ଯେମିତି ପଞ୍ଜାବରେ କଂଗ୍ରେସ କନ୍ଦଳ ସମାପ୍ତ ହୋଇଯାଇଛି । ପରେ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଚରଣଜିତ ସିଂହ ଚନ୍ନୀ ନିଯୁକ୍ତ ହେଲେ । ସେ ମଧ୍ୟ କ୍ୟାପଟେନ ଅମରିନ୍ଦର ସିଂହଙ୍କ ବଡ଼ ସମାଲୋଚକ ରହିଥିଲେ । ଯାହାଫଳରେ ସିଦ୍ଧୁ ଓ ଚନ୍ନୀଙ୍କ ଯୋଡ଼ି ପଞ୍ଜାବର ଉନ୍ନତିରେ ବେଶ ସହାୟକ ହେବ ବୋଲି ଅନୁମାନ କରାଗଲା । ପୁଣିଥରେ ରାଜ୍ୟରେ କଂଗ୍ରେସ, ଶକ୍ତିଶାଳୀ ବିରୋଧୀ ଦଳ ଭାବରେ ଶାସକ ଦଳକୁ କଡ଼ା ଟକ୍କର ଦେବା ପରି ଲାଗିଲା । ହେଲେ କିଛିଦିନର ଚୁପ ପରେ ସିଦ୍ଧୁ ପୁଣିଥରେ ମୁହଁ ଖୋଲିଥିଲେ । ଏଥର କାହାକୁ ଟାର୍ଗେଟ କରିନଥିଲେ ବରଂ ସିଧାସଳଖ ନିଜର ଇସ୍ତଫା ପତ୍ର ଦେଇଥିଲେ । ହେଲେ ତାଙ୍କ ଇସ୍ତଫାକୁ ଦଳର ଅଧ୍ୟକ୍ଷ ଗ୍ରହଣ କରିନଥିଲେ । ବାରମ୍ବାର ସିଦ୍ଧୁଙ୍କ ବିଭନ୍ନ ଉପାୟରେ ବୁଝା ଯାଉଥିବାର ଦେଖିବାକୁ ମିଳିଥିଲା । ଏପରିକି ପଞ୍ଜାବ ମୁଖ୍ୟମନ୍ତ୍ରୀ ଦଳୀୟ ସଦସ୍ୟ ଆଗରେ, ତେଣୁ ତାଙ୍କର ସମସ୍ୟା ଆଗ ବୁଝାଯିବ ବୋଲି କହିଥିଲେ । ଏବଂ ତାଙ୍କ ସହ ବୈଠକ ମଧ୍ୟ କରିଥିଲେ । କିନ୍ତୁ ଏହାର କୌଣସି ଲାଭ ହୋଇନଥିଲା ।

ଏହା ମଧ୍ୟରେ ସିଦ୍ଧୁ ଓ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ବୈଠକ କରିଥିବାର କଥା ସାମ୍ନାକୁ ଆସିଥିଲା । କିଛି ସମୟର ଆଲୋଚନା ପରେ ସିଦ୍ଧୁ ତାଙ୍କ ଇସ୍ତଫା ପତ୍ରକୁ ଫେରାଇନେଇଥିଲେ । ତେବେ ଦୀର୍ଘ ୧୮ ଦିନର ବ୍ୟବଧାନ ପରେ ସିଦ୍ଧୁ ଏପରି କରିଥିଲେ । ବର୍ତ୍ତମାନ ଦଳରେ ସବୁ ଠିକ । ଆଉ କିଛି ସମସ୍ୟା ନାହିଁ । ଏଣିକି ମିଳିତ ଭାବରେ କରାଯିବ କାମ । ହେଲେ ଅଧ୍ୟକ୍ଷ ପଦରେ ରହିବେ କି ନାହିଁ ତାହା ସ୍ପଷ୍ଟ କରିନାହାଁନ୍ତି ସିଦ୍ଧୁ । ସେପଟେ ଦଳକୁ ନେଇ ସିଦ୍ଧୁଙ୍କ ମନରେ ଥିବା ଦ୍ୱନ୍ଦ ଦୂର ହେବା ସହ ରାହୁଲଙ୍କଠାରୁ ପୂର୍ଣ୍ଣ ପ୍ରତିଶୃତି ପାଇ ସିଦ୍ଧୁ ଇସ୍ତଫା ଫେରାଇ ନେଇଛନ୍ତି ବୋଲି ଅନୁମାନ କରାଯାଉଛି ।

ଯେତେବେଳେ ଇସ୍ତଫା ଦେଇଥିଲେ ସେତେବେଳେ ଅନୁମାନ କରାଯାଉଥିଲା କି ସେ କଂଗ୍ରେସ ଦଳକୁ ଛାଡ଼ି ପାରନ୍ତି । ହେଲେ ଇସ୍ତଫା ଫେରେଇ ନେବା ପରେ ସେ ପୁଣିଥରେ ଘରକୁ ବାହୁଡିଛନ୍ତି ବୋଲି ତାଙ୍କ ପ୍ରଶଂସକ କହିଛନ୍ତି । ବର୍ତ୍ତମାନ ଦେଖିବାର ବିଷୟ ରାଜ୍ୟରେ କନ୍ଦଳ ସମାପ୍ତ ହେବାରେ ଲାଗିଛି ନା ପୁଣି ଥରେ ଉଗ୍ର ରୂପ ନେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ