Masthead

କାଶ୍ମିରଠାରୁ କନ୍ୟାକୁମାରୀ ସବୁଠି ଶୁଭୁଛି ନୀରଜ ଚୋପ୍ରା

(ବଡ଼ ଖବର ବ୍ୟୁରୋ): ସୁନାପୁଅ ଆଣିଲେ ସୁନା । ଟେକିଓ ଅଲିମ୍ପିକ୍ସିରେ ସୁନାପୁଅ ନୀରଜ ଚୋପ୍ରା ବ୍ୟକ୍ତିଗତ ଇଭେଣ୍ଟରେ ଜିତିଛନ୍ତି ଗୋଲଡ ମେଡାଲ । ଦେଶର କୋଟି କୋଟି ଜନତା ନୀରଜଙ୍କୁ ପ୍ରଶଂସାରେ ପୋତିଦେଇଛନ୍ତି । ୧୦୦ବର୍ଷ ପରେ ଜାଭିଲିନ୍ ଥ୍ରୋରେ ଭାରତ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତି ନୂଆ ଇତିହାସ ରଚିଛି ।

ଆଜି ଦେଶର କାଶ୍ମିରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁଠି ଶୁଭୁଛି ନୀରଜ ଚୋପ୍ରା, ନୀରଜ ଚୋପ୍ରା । ଜାଭିଲିନ୍ ଥ୍ରୋର ଦ୍ୱିତୀୟ ଇଭେଣ୍ଟରେ ୮୭.୫୮ ମିଟର ଦୂରକୁ ଥ୍ରୋ କରି ୨୩ବର୍ଷୀୟ ନୀରଜ ଇତିହାସ ରଚିଛନ୍ତି । ଜାଭିଲିନ୍ ଥ୍ରୋରେ ୧୦୦ବର୍ଷ ପରେ ନୀରଜ ବ୍ୟକ୍ତିଗତ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ଭାରତକୁ ଗର୍ବିତ କରିଛନ୍ତି । ୨୦୦୮ରେ ଅଭିନବ ବିନ୍ଦ୍ରା ବ୍ୟକ୍ତିଗତ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିଲେ । ୩୩ବର୍ଷ ପରେ ସୁନାପୁଅ ନୀରଜ ଟୋକିଓରୁ ସୁନା ଟେକିଆଣିଛନ୍ତି । ଗର୍ବର ସହ ଦେଶକୁ ଟେକିଆଣିଛନ୍ତି ସୁନା ପଦକ ।

ହରିୟାନାର ପାନିପଥ ନିକଟସ୍ଥ ଖଣ୍ଡ୍ରା ଗାଁରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ନୀରଜ ଅଲିମ୍ପିକ୍ସରେ ଭାଗ ନେଇ ଦେଶ ପାଇଁ ଗର୍ବ ଓ ଗୌରବ ଆଣିବାକୁ ସ୍ୱପ୍ନ ଦେଖିଥିଲେ । ଆଜି ତାଙ୍କ ସ୍ୱପ୍ନ ସାକାର ହୋଇଛି । ସୁନାପୁଅ ନୀରଜଙ୍କ ସଫଳତାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ହରିଆନା ସରକାର ବେଶ୍ ଆନନ୍ଦିତ । ସମସ୍ତେ ସୁନାପୁଅଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ହରିଆନା ସରକାର ୬କୋଟି ଟଙ୍କା ପ୍ରୋତ୍ସାନ ରାଶି ଘୋଷଣା କରିଛନ୍ତି । ଖାଲି ସେତିକି ନୁହେଁ, ନୀରଜଙ୍କୁ କ୍ଲାସୱାନ୍ ସରକାରୀ ଚାକିରି ଦିଆଯିବ ବୋଲି ହରିୟାନା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟର ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ପଞ୍ଚକୁଲାରେ ତିଆରି ହେବ ଆଥଲେଟିକ୍ କେନ୍ଦ୍ର । ଆଉ ସୁନାପୁଅ ନୀରଜ ହେବେ ସେହି କେନ୍ଦ୍ରର ମୁଖ୍ୟ । ଚଳିତ ଅଲିମ୍ପିକ୍ସିରେ ଭାରତ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୋପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ଜିଣିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ