Masthead

ଆସିଲା ଜିଏମଆଇଏସ ରିପୋର୍ଟ; ସ୍ମାର୍ଟ ସିଟି ରାଙ୍କିଙ୍ଗରେ ୨୪ ସ୍ଥାନରେ ଭୁବନେଶ୍ୱର, ୪୭ରେ ରାଉରକେଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ତଳକୁ ଖସୁଛି ସ୍ମାର୍ଟ ସିଟିର ରାଙ୍କିଙ୍ଗ । ୨୪ ନମ୍ବର ରାଙ୍କରେ ପହଂଚିଛି ଭୁବନେଶ୍ୱର । ସେହଭଳି ସ୍ମାର୍ଟସିଟି ରାଉରକେଲା ୪୭ ନମ୍ବର ସ୍ଥାନରେ ରହିଛି । ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ ଅନୁମୋଦିତ ଜିଏମଆଇଏସ ରିପୋର୍ଟରୁ ଏହି ସୂଚନା ମିଳିଛି । ତେବେ ୨୦୧୬ରେ ଭୁବନେଶ୍ୱର ପାଇଥିଲା ୧ ନମ୍ବର ରାଙ୍କିଙ୍ଗ । ସହରରରେ ମୋ ବସ୍, ମୋ ସାଇକେଲ, ସବୁ ସ୍ଥାନରେ ୱାଇ ଫାଇ ସୁବିଧା, ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥା, ମଲ୍ଟି କାର ପାର୍କିଂ ସିଷ୍ଟିମ, ସ୍ମାର୍ଟ ଜନପଥ ଭଳି ମୋଟ ୩୫ଟି ପ୍ରକଳ୍ପ କରିବାକୁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ ବା ବିଏସସିଏଲ ଦାୟିତ୍ୱ ନେଇଥିଲା । ସେପଟେ ରାଉରକେଲାରେ ମଧ୍ୟ ହୋଇଥିଲା ବହୁ ବିକାଶମୂଳକ ପ୍ରକଳ୍ପ । ଏବଂ ସ୍ମାର୍ଟସିଟି ତାଲିକାରେ ଓଡ଼ିଶାରୁ ଦ୍ୱିତୀୟ ସହର ଭାବେ ସ୍ଥାନିତ ହୋଇଥିଲା ରାଉରକେଲା ସହର । କିନ୍ତୁ ଏବେ ପ୍ରଶ୍ନ ଉଠୁଛି ଯେ, ମାତ୍ର ୮ ବର୍ଷ ମଧ୍ୟରେ ଏହି ରାଙ୍କିଙ୍ଗରେ ଏଭଳି ବଡ଼ ପରିବର୍ତ୍ତନ ଦେଖାଦେଇଛି ।

ଦୁଇ ସହର ପାଇଁ କାର୍ଯ୍ୟକାରୀ ହେବାର ରହିଛି ୯୯ଟି ପ୍ରକଳ୍ପ । ଯେଉଁଥି ପାଇଁ ୩୬୭୨.୬୩ କୋଟି ଖର୍ଚ୍ଚ କରାଯାଉଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅର୍ଥରେ ତିଆରି ହୋଇଥିବା ଏହି ପ୍ରୋଜେକ୍ଟରେ ଭୁବନେଶ୍ୱର ପାଇଁ ୩୫ଟି ଓ ରାଉରକେଲା ପାଇଁ ୬୪ଟି ପ୍ରୋଜେକ୍ଟ ଧାର୍ଯ୍ୟ କରାଯାଇଛି । ତେବେ ଆଗକୁ ୨୦୨୪ରେ ସ୍ମାର୍ଟସିଟି ପ୍ରକଳ୍ପ ଅବଧି ସରିବାକୁ ବସିଛି । କିନ୍ତୁ ଏହା ମଧ୍ୟରେ ବିତିଯାଇଛି ୮ ବର୍ଷ । ଯୋଜନା ହୋଇଥିଲା ମାଳ ମାଳ ପ୍ରୋଜେକ୍ଟ । ୨୮ଟି ପ୍ରକଳ୍ପ କାର୍ଯ୍ୟକାରୀ କରିପାରିନି ବିଏସସିଏଲ । ଅଧାରେ ପଡିରହିଛି ଅନେକ ଯୋଜନା । କିଛି ଆଖିଦୃଷ୍ଟିଆ କାମ ଦେଖେଇ ବାକି ପ୍ରୋଜେକ୍ଟ ଗୁଡିକୁ ଅଧାପାନ୍ତରିଆ କରି ଛାଡିଦେଇଛି ବିଏସସିଏଲ । କେଉଁଠି ଖତ ଖାଉଛି ମୋ ସାଇକେଲ ତ ଆଉ କେଉଁଠି ମଲ୍ଟିଲେଭଲ ପାର୍କିଂରୁ ମୁହଁ ଫେରୁଛନ୍ତି ଲୋକେ । ରାଜଧାନୀରେ ଅଧିକ ପାର୍କିଂ ଫି ନିଆଯାଉଥିବା ଅଭିଯୋଗ ହୋଇଛି । ଯେଉଁଥି ପାଇଁ ଗାଡ଼ି ପାର୍କିଂ ପାଇଁ ରାସ୍ତାକଡ଼ରେ କିମ୍ବା ଦୋକାନ କଡ଼ରେ ଗାଡ଼ି ରଖୁଛନ୍ତି ଚାଳକ । ଏହି ପ୍ରସଙ୍ଗରେ ଗୁରୁତ୍ୱ ଦେବା ବଦଳରେ ଚୁପ ବସିଛି ବିଏସସିଏଲ । ସେପଟେ ଟ୍ରାଫିକରେ ଇଂଟିଗ୍ରେଟେଡ ଟ୍ରାଫିକ କଂଟ୍ରୋଲ ସିଷ୍ଟମ ମଧ୍ୟ କାମ କରୁନି । କେବଳ ସେତିକି ନୁହେଁ, ମାଗଣା ୱାଇଫାଇ ସେବା ତଥା ସ୍ମାର୍ଟ କିଓସ୍କ ଅଚଳ ହୋଇପଡିଛି ।

ଦିନକୁ ୫୦ ଏମବି ମାଗଣା ୱାଇଫାଇ ସେବା ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ନୂଆ ନୂଆ କାର୍ଯ୍ୟକାରୀ କରିବା ପରେ ଏବେ କିଛିଦିନର ବ୍ୟବଧାନ ପରେ ବନ୍ଦ ହୋଇଗଲା ସୁବିଧା । ଏହା ସହ ସ୍ମାର୍ଟ କିଓସ୍କ ମଧ୍ୟ ଆଜି ଅଚଳ । ସାଧାରଣ ଲୋକଙ୍କ ପାଇଁ ସମସ୍ତ ପ୍ରକାରର ଅନଲାଇନ ଆବେଦନ ତଥା ଟ୍ରେଡ ଲାଇସେନ୍ସ ଆବେଦନ, ଅଭିଯୋଗ ପଂଜୀକରଣ, ଜନ୍ମମୃତ୍ୟୁ ଓ ବିବାହ ପ୍ରମାଣ ପତ୍ର ପାଇଁ ଆବେଦନ, ପାଣି, ବିଦ୍ୟୁତ ବିଲ ଆଦି ପୈଠ କରିବା ଏଥିରେ ସହାୟକ ହୋଇପାରିବ । ୫୦୦ କୋଟି ଟଙ୍କାର ବ୍ୟୟ ଅଟକଳରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା । କିନ୍ତୁ ଆଜି ସବୁ କିଛି ଅଚଳ । ମାଳ ମାଳ ଯୋଜନା, ମାଳ ମାଳ ପ୍ରକଳ୍ପ । କିନ୍ତୁ ଆଜି ବାସ୍ତବ ଚିତ୍ର କିଛି ଭିନ୍ନ । ଯାହାର ଫଳାଫଳ ସ୍ମାର୍ଟ ସିଟିର ତାଲିକାରୁ ସ୍ପଷ୍ଟ ଜାଣି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ