Masthead

ସୀତାରାମ ସହିଦ: ସରକାରଙ୍କୁ କ’ଣ ଏକଥା ବୁଝାଇବାକୁ ପଡ଼ିବ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମହାନଦୀର ମହାଟ୍ରାଜେଡିରେ ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୂ ନିଖୋଜ ହୋଇଯାଇଥିଲେ । ସଂପୂର୍ଣ୍ଣ ଆଶା ଥିଲା ସୀତାରାମ ନିଶ୍ଚୟ ରକ୍ଷା ପାଇଯାଇଥିବେ । କାହିଁକି ନା ସୀତାରାମ ହେଉଛନ୍ତି ସେହି ଯବାନ ଯିଏ ୫୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିବାର ରେକର୍ଡ କରିଛନ୍ତି । ଓଡ୍ରାଫର ଅଣ୍ଡର ୱାଟରମ୍ୟାନ ଭାବେ ତାଙ୍କର ସୁନାମ ରହିଥିଲା । ଏଭଳି ବୀର, ଦକ୍ଷ ଯବାନ ନିଶ୍ଚୟ ମହାନଦୀର ଚକ୍ରବ୍ୟୁହରୁ ରକ୍ଷା ପାଇଯିବେ, ସେ ବିଶ୍ୱାସ ସମସ୍ତଙ୍କ ଥିଲା । କିନ୍ତୁ ଦୁଃଖ ଓ ବିଡମ୍ବନାର କଥା, ଯିଏ ସାରା ଜୀବନ ଅନ୍ୟକୁ ଉଦ୍ଧାର କରିବାରେ ସମର୍ପିତ ଥିଲେ, ସେ ନିଜକୁ ରକ୍ଷା କରିବାରେ ବିଫଳ ହେଲେ । ୨୪ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଯବାନ ସୀତାରାମ ମୁର୍ମୂଙ୍କ ମରଶରୀର ମିଳିଥିଲା । ଅପରେସନ ଗଜରାଜରେ ସହିଦ ହୋଇଥିଲେ ସୀତାରାମ । ସୀତାରମଙ୍କୁ ମୃତ୍ୟୁ ଖବର ସମସ୍ତଙ୍କୁ ଆହୁରି ମ୍ରିୟମାଣ କରିଦେଇଥିଲା ।

ସୀତାରାମଙ୍କ ସମ୍ମାନରେ ସମସ୍ତଙ୍କ ମଥା ନଇଁଯାଇଥିଲା । ସେଦିନ ପାଣିର ସ୍ରୋତ ପ୍ରଖର ଥିଲା । କିନ୍ତୁ ନିଜ ଜୀବନକୁ ଖାତିର ନଥିଲା । ହାତୀର ଜୀବନ ବଞ୍ଚାଇବାକୁ ମହାନଦୀକୁ ଓହ୍ଲାଇ ପଡ଼ିଥିଲେ ଅଣ୍ଡର ୱାଟର ମ୍ୟାନ ସୀତାରାମ ମୁର୍ମୂ । ଯିଏ ଉଚ୍ଛୁଳା ପାଣିରୁ ୫୦୦ରୁ ଅଧିକ ଜୀବନ ବଞ୍ଚାଇ ରେକର୍ଡ କରିଥିଲେ ସେହି ଯୋଦ୍ଧା ଶେଷରେ ନିଜେ ପାଣି ଭିତରେ ସହିଦ ହୋଇ ଯାଇଥିଲେ । ଏହି ଦୁର୍ଭାଗ୍ୟର ଯନ୍ତ୍ରଣା ଅସହ୍ୟ ଥିଲା । ଏହି ଯନ୍ତ୍ରଣା ଆହୁରି ବଳି ଗଲା ସରକାରଙ୍କ ଅପମାନ ପାଇଁ । ଜଣେ ସହିଦଙ୍କୁ କିଭଳି ସମ୍ମାନ ଦେବା କଥା ଆମ ସରକାର ଭୁଲିଗଲେ । ସୀତାରାମ ମୂର୍ମୁଙ୍କ ମରଶରୀର ଯେତେବେଳେ ତାଙ୍କ ପରିବାର ପାଖରେ ପହଞ୍ଚିଲା ସେତେବେଳେ ସେଥିରେ ଜାତୀୟ ପତାକା ନଥିଲା । ଓଡ୍ରାଫର ବୀର ଯବାନ ଯିଏ ହାତୀର ଜୀବନ ବଞ୍ଚାଇବାକୁ କର୍ମକ୍ଷେତ୍ରରେ ପ୍ରାଣବଳି ଦେଲେ ତାଙ୍କୁ ସହିଦର ମାନ୍ୟତା ଦେବାକୁ ସରକାର ଭୁଲିଗଲେ ।

ସୀତାରାମ ମୁର୍ମୂ ସହିଦ । ଅନ୍ୟ ପାଇଁ ଯିଏ ଜୀବନ ଦିଏ ସେ ସହିଦ ନୁହେଁ ତ ଆଉ କଣ? ଏହି ସାମାନ୍ୟ ଜ୍ଞାନ ବି କଣ ସରକାରଙ୍କୁ ବୁଝାଇବାକୁ ପଡିବ? କୌଣସି ରାଜନେତା, ରାଜନେତାଙ୍କ ଡ୍ରାଇଭରର ବି ମୃତ୍ୟୁ ହେଲେ, ଆମେ ସେଥିରେ ଜାତୀୟ ପତାକା ଘୋଡାଇବାକୁ ପଛାଉନେ । ଅଥଚ ଜଣେ ବୀର ଯବାନର ମୃତ୍ୟୁରେ ତାଙ୍କୁ ତ୍ରିରଙ୍ଗା ମିଳିବ ନାହିଁ? ତାଙ୍କୁ ସହିଦ ମାନ୍ୟତା ଦିଆଯିବ ନାହିଁ? ସରକାର ଏତେ ଅସମ୍ବେଦନଶୀଳ ହେଲେ କେମିତି ? ଓଡ୍ରାଫ ଯବାନ ସୀତାରାମଙ୍କ ପ୍ରତି ଏ ଅପମାନ କାହିଁକି? ଜଣେ ଯବାନଙ୍କୁ ତାହାର ସମ୍ମାନ ପାଇଁ ପରିବାର ଲୋକଙ୍କୁ କ୍ଷୋଭର ସହ ପ୍ରତିକ୍ରିୟା ରଖିବାକୁ ପଡିବ, ଆମ ବ୍ୟବସ୍ଥା କଣ ଏଭଳି ତଳସ୍ତରକୁ ଖସିସାରିଲାଣି? ସୀତାରାମଙ୍କ ପରିବାର ଲୋକେ ପ୍ରତିବାଦ କରିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହେଲା ।

ତେବେ ଏବେ ବି ସରକାରୀ ସ୍ତରରେ ତାଙ୍କୁ ବିଧିବଦ୍ଧ ଭାବେ ସହିଦ ବୋଲି ଘୋଷଣା କରାଯାଇ ନାହିଁ । ଖାଲି ଏତିକି ନୁହେଁ ସୀତାରାମ ଖୁବ କମ ବେତନ ପାଉଥିଲେ । ସୀତାରାମଙ୍କ ପରିବାରର ଆର୍ଥିକ ସ୍ଥିତି ମଧ୍ୟ ସ୍ୱଚ୍ଛଳ ନୁହଁ । ସୀତାରାମଙ୍କ ବିୟୋଗ ପରେ ତାଙ୍କ ପରିବାର ଦୁଃଖରେ ମ୍ରିୟମାଣ । ଖାଲି ତାଙ୍କ ପରିବାର ନୁହେଁ ସାରା ଓଡ଼ିଶା ଝୁରୁଛି ସୀତାରାମଙ୍କୁ । କିନ୍ତୁ ସରକାର ସୀତାରାମଙ୍କ ପରିବାର ପାଇଁ ଆର୍ଥିକ ପ୍ରୋତ୍ସାହନର ଘୋଷଣା କରିନାହାନ୍ତି । ଆଗକୁ ତାଙ୍କ ପରିବାର କେମିତି ଚଳିବ ତା’ର ବି ଚିନ୍ତା କରୁନାହାନ୍ତି । ଜୀବନ ଦେଇଥିବା ଯବାନଙ୍କ ପାଇଁ ସାମାନ୍ୟ ସହୃଦୟତା ବି ନରହିବା ପ୍ରସଙ୍ଗର ଯେତେ ନିନ୍ଦା କଲେ ବି କମ ହେବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ? 🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ?