Masthead

କଂଗ୍ରେସରେ ସାମିଲ ହେବେ କହ୍ନେୟା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):   ଜେଏନୟୁର ପୂର୍ବତନ ଛାତ୍ର ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାର ଆଜି କଂଗ୍ରେସରେ ଯୋଗ ଦେବାର କଯ୍ୟକ୍ରମ ରହିଛି । ତେବେ ତା ପୂର୍ବରୁ ସେ ବିହାରର ରାଜଧାନୀ ପାଟନାରେ ସିପିଆଇ ରାଜ୍ୟ ଶାଖା କର୍ଯ୍ୟାଳୟରେ ଲଗାଇଥିବା ଏସିକୁ ଖୋଲି ନେଇଯାଇଛନ୍ତି । ଏ ନେଇ ସିପିଆଇର ବିହାର ଶାଖାର ସଂପାଦକ ରାମ ନରେଶ ପାଣ୍ଡେ ଏହି କଥା କହିଛନ୍ତି । ସେ କହିଛନ୍ତି ଯେ, କହ୍ନେୟା କୁମାର ଏସି ଖୋଲି ନେଇଯାଇଛନ୍ତି । ମୁଁ ବି ଏଥିପାଇଁ ତାଙ୍କୁ ଅନୁମତି ଦେଇଥିଲି । କାରଣ ସେ ତାଙ୍କ ନିଜ ଅର୍ଥରେ ଏହି ଏସି କିଣିଥିଲେ । ସେ ଆହୁରି କହିଛନ୍ତି, କଂଗ୍ରେସରେ ସାମିଲ ହେବା ନେଇ କହ୍ନେୟା ଯେଉଁ ନିଷ୍ପତି ନେଇଛନ୍ତି, ସେହି ନିଷ୍ପତିରୁ ଓହରି ଆସିଲେ ଭଲ ହୁଅନ୍ତା ।

ସୂଚନା ଅନୁସାରେ ପୂର୍ବରୁ ସିପିଆଇ ନେତା କହ୍ନେୟା କୁମାର କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । କହ୍ନେୟା କୁମାର ମଧ୍ୟ କଂଗ୍ରେସର ନେତା ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ । ଆଉ ଆଜି ସେ କଂଗ୍ରେସରେ ମିଶିବା ନେଇ ସୂଚନା ମିଳିଛି । କହ୍ମେୟା କୁମାରଙ୍କ ସହିତ ଗୁଜୁରାଟର ରାଷ୍ଟ୍ରୀୟ ଦଳିତ ଅଧିକାର ମଞ୍ଚ ବିଧାୟକ ଜିଗ୍ନେଶ ମୱାନି ମଧ୍ୟ ଆଜି କଂଗ୍ରେସରେ ଯୋଗ ଦେବାର କର୍ଯ୍ୟକ୍ରମ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ