Masthead

ବିଜୁ ଜୟନ୍ତୀରେ ବିଜେଡି ଭାଗ ଭାଗ

ବାହାନଗା (ବଡ଼ ଖବର ବ୍ୟୁରୋ): ସୋର ବିଜେଡିରେ ତୁଟୁନି ଗୋଷ୍ଠୀ କନ୍ଦଳ । ଉଗ୍ର ହେଉଛି ବିଜେଡି ବିଧାୟକ ପର୍ଶୁରାମ ଧଡ଼ାଙ୍କ ଗୋଷ୍ଠୀ ଏବଂ ବିଧାୟକ ବିରୋଧୀ ଗୋଷ୍ଠୀଙ୍କ କନ୍ଦଳ । ବିଜୁ ଜୟନ୍ତୀରେ ବି ଅଲଗା ଅଲଗା ସ୍ଥାନରେ ପାଳିଲେ ଜନ୍ମ ଜୟନ୍ତୀ । ନିର୍ବାଚନ ଯେତେ ପାଖେଇ ଆସୁଛି ସୋର ନିର୍ବାଚନ ମଣ୍ଡଳୀରେ ବିଜେଡିର କଳି ଉଗ୍ର ହେବାରେ ଲାଗିଛି ।

ସୋର ବିଜେଡି ବିଧାୟକ ପର୍ଶୁରାମ ଧଡ଼ା ରାଧାନାଥ ପଡିଆରେ ନିଜର ଗୋଟିଏ ଗୋଷ୍ଠୀକୁ ଧରି ସଭା କରିଥିବା ବେଳେ ବିଜେଡିର ଅନ୍ୟ ଏକ ଗୋଷ୍ଠୀ ଶିବାନୀ ଶଙ୍କର ରାୟଙ୍କ ନେତୃତ୍ୱରେ ବାହାନଗାରେ ସଭା କରି ବିଜୁ ଜୟନ୍ତୀ ପଲିଥିଲେ । ବିଜେଡି ବିଧାୟକ ପର୍ଶୁରାମ ଧଡ଼ା ସୋରରେ ନିର୍ବାଚିତ ହେବା ପରେ କୌଣସି ବିକାଶ କରିନଥିବା ବେଳେ ନିଜର ବିକାଶ କରିଛନ୍ତି ବୋଲି କହିଛନ୍ତି । ପର୍ଶୁଙ୍କ ବିରୋଧରେ ରଣ ହୁଙ୍କାର ଦେଇଛନ୍ତି ବିଜେଡି ନେତା ମାନେ । ଅନ୍ୟପଟେ ପର୍ଶୁରାମ ନିଜ ସମର୍ଥକଙ୍କ ସହ ବିଦ୍ରୋହୀଙ୍କ ଉପରେ ବର୍ଷିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ