Masthead

ମାଟ୍ରିକ ପାସ କଲେ ବିଧାୟକ

ସୋରଡ଼ା(ବଡ଼ ଖବର ବ୍ୟୁରୋ): ପ୍ରକାଶ ପାଇଛି ମାଟ୍ରିକ ଫଳ । ବିନା ପରୀକ୍ଷାର ମାର୍କରେ ଯେଉଁ ପରୀକ୍ଷାର୍ଥୀ ଅସନ୍ତୁଷ୍ଟ ଥିଲେ ସେମାନଙ୍କ ଫଳ ବାହାରିଛି । ଏଥିରେ ଅନେକ ପିଲା ପୂର୍ବ ମାର୍କଠାରୁ ଅଧିକ ପାଇଛନ୍ତି । ଅନେକ ପୂର୍ବ ମାର୍କଠାରୁ ତଳକୁ ଖସିଆସିଛନ୍ତି । ତେବେ ଅଫଲାଇନ ମାଟ୍ରିକ ପରୀକ୍ଷା ଦେଇଥିବା ଚର୍ଚ୍ଚିତ ଚେହେରା ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ରେଜଲ୍ଟ କଣ ହେଲା, ଆମେ ଦେଖିବାକୁ ଚାହିଁଥିଲୁ । ନିଶ୍ଚିତ ଭାବରେ ଆମେ ବିଧାୟକଙ୍କୁ ଅଭିନନ୍ଦନ ଜଣାଇବୁ । ବିଧାୟକ ମାଟ୍ରିକ ପାସ୍ କରିଛନ୍ତି । ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବି-ଟୁ ଗ୍ରେଡରେ ମାଟ୍ରିକ ପାସ୍ କରିଛନ୍ତି । ମୁକ୍ତ ବିଦ୍ୟାଳୟ ଆଧାରରେ ପରୀକ୍ଷା ଦେଇଥିବା ବିଜେଡିର ଏହି ବିଧାୟକ ଫୁଲମାର୍କ ୫୦୦ରୁ ୩୪୦ ନମ୍ବର ରଖିଛନ୍ତି ।

ବିଧାୟକଙ୍କର ଚିତ୍ରକଳାରେ ଜ୍ଞାନ ଅଧିକ । ୧୦୦ରୁ ରଖିଛନ୍ତି ୮୫ । ଇଂରାଜୀରେ ଟିକେ ଦୁର୍ବଳ ଅଛନ୍ତି । ୧୦୦ରୁ ରଖିଛନ୍ତି ୪୪ । ଓଡ଼ିଆରେ ଭଲ କରିଛନ୍ତି । ୧୦୦ରୁ ୬୭ ରଖିଛନ୍ତି । ସାମାଜିକ ବିଜ୍ଞାନରେ ୬୧ ଓ ଗୃହ ବିଜ୍ଞାନରେ ୮୩ ନମ୍ବର ରଖିଛନ୍ତି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ୨୦୦୯ରୁ ସୋରଡ଼ାରୁ ବିଧାୟକ ହୋଇଥିବା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ୨୦୨୧ରେ ମାଟ୍ରିକ ପାସ କରିବା ତାଙ୍କ ପାଇଁ ଖୁସିର ଖବର ନିଶ୍ଚୟ । କାରଣ ଏହି ମାଟ୍ରିକ ଫଳ କଥା ତାଙ୍କୁ ବେଶ୍ ଅଡୁଆରେ ପକାଇଛି । ବିଧାୟକ ୨୦୦୯ର ସତ୍ୟପାଠରେ ଲେଖିଥିଲେ ସେ ମାଟ୍ରିକ ପାସ୍ କରିଛନ୍ତି ବୋଲି । କିନ୍ତୁ ୨୦୧୪ରେ କହିଲେ ସେ ଅଣ୍ଡର ମାଟ୍ରିକ୍, ନବମ ପାସ୍ । ପୁଣି ୨୦୧୯ରେ କହିଲେ ସେ ଅଷ୍ଟମ ପାସ୍ । ୨୦୨୧ରେ ମାଟ୍ରିକ ପରୀକ୍ଷା ଦେଲେ । ମୋବାଇଲ ଧରି ସେଣ୍ଟରକୁ ଗଲେ । ଯାହା ହେଉ ଏତେ ମିଛ ସତ କହି, ଆଇନ ଉଲ୍ଲଂଘନ କରି ଶେଷରେ ମାଟ୍ରିକ ପାସ୍ କରିଛନ୍ତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା