Masthead

୫-ଟି ସଚିବଙ୍କୁ ସମାଲୋଚନା କରି ସୌମ୍ୟ ଦେଲେ ୧୯୭୧ର ଉଦାହରଣ, ଅନୁଭବ କହିଲେ ପ୍ରମାଣ ଦେଇଦେଲେ ଛାଡ଼ିଦେବି ରାଜନୀତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ପୁଣି ଥରେ ଚର୍ଚ୍ଚାରେ ରହିଛି ବିଜେଡି ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସ୍ତମ୍ଭ ଆମ ଘରର ହାଲଚାଲ । ଏହାସହ ପୁଣିଥରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ନେତା ତଥା ଖଣ୍ଡପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଆହ୍ୱାନ । ସୌମ୍ୟରଞ୍ଜନ ତାଙ୍କ ଲେଖାରେ ୫-ଟି ସଚିବଙ୍କ ଗସ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି । ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ମୁହଁ ଖୋଲିଛନ୍ତି । ସେ ଲେଖିଛନ୍ତି ଗତ ୩ମାସର ଘଟଣା ପ୍ରବାହକୁ ଅନୁଭବ କଲେ ଆମ ସାମଗ୍ରିକ ଜୀବନର ଅନେକଗୁଡିଏ ବିଲକ୍ଷଣ ଦୃଷ୍ଟିକୁ ଆସିବ । କିନ୍ତୁ ବିଡମ୍ବନାର କଥା ଆମେ ସମସ୍ତେ ଏହି ବିଲକ୍ଷଣ ଗୁଡିକର ସମ୍ପର୍କରେ ଜାଣୁଥିଲେ ମଧ୍ୟ ପ୍ରତିବାଦ କରିବା ପାଇଁ ସାହସ ଜୁଟାଇ ପାରୁନାହୁଁ । ଏହାପରେ ସେ ୫-ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ କାର୍ୟ୍ୟକ୍ରମରେ ହେଉଥିବା ଖର୍ଚ୍ଚ ଓ ଚନ୍ଦ୍ରଯାନ ୩ର ଖର୍ଚ୍ଚ ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ରଖିଛନ୍ତି ।

ଏହା ସହ ସେ ଲେଖିଛନ୍ତି ୫-ଟି ସଚିବ ଗୋଟିଏ ସଭାରେ କହୁ କହୁ କହିଦେଲେ ଆସନ୍ତୁ ଆମେ ନବୀନ ବାବୁଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା । ଏହି ମନ୍ତବ୍ୟକୁ ଉଦ୍ଧୃତ କରି ସୌମ୍ୟ ରଞ୍ଜନ ପଟ୍ଟନାୟକ ଲେଖିଛନ୍ତି, ନବୀନ ବାବୁ ଯେ ଓଡ଼ିଶା ବାସୀଙ୍କ ଆଶୀର୍ବାଦରେ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଏଥିରେ କାହାରି ସନ୍ଦେହ ନାହିଁ । କିନ୍ତୁ ସେ ଭୁଲି ଗଲେ ଯେ ସେ ଏକ ସରକାରୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଯୋଗ ଦେଇଛନ୍ତି । ଏହା ପରେ ସେ ୧୯୭୧ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ତାଙ୍କର ସଚିବ ୟଶପାଲ କାପୁର ପ୍ରଚାର କାର୍ୟ୍ୟରେ ସହାୟତା କରି ସପକ୍ଷରେ ନିର୍ବାଚନ ଭାଷଣ ଦେଇଥିବାରୁ ଆହ୍ଲାବାଦ ହାଇକୋର୍ଟ ଶ୍ରୀମତି ଗାନ୍ଧିଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ଏବଂ ପରେ ଶ୍ରୀମତି ଗାନ୍ଧି ସାରା ଦେଶରେ ଜରୁରିକାଳୀନ ପରିସ୍ଥିତିର ଘୋଷଣା କରି ଆମ ଗଣତାନ୍ତ୍ରୀକ ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିଥିଲେ ବୋଲି ଲେଖିଛନ୍ତି । ଏହାସହ ସେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଯାହା ଘଟିଲା ତାହା ଆଦୌ ଆଖିକୁ ସୁନ୍ଦର ଦେଖାଯାଉନାହିଁ ବୋଲି କହିଛନ୍ତି । ସେ ତାଙ୍କ ଲେଖାର ଶୀର୍ଷକ ଦେଇଛନ୍ତି ‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ।

ସୌମ୍ୟଙ୍କ ଏହି ଲେଖା ପରେ ପ୍ରତିଥର ଭଳି ଏଥର ବି ବିଜେଡି ନେତା ଅନୁଭବ ପଟ୍ଟନାୟକ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଗତ ୧୫ ଦିନ ମଧ୍ୟରେ ସୌମ୍ୟ ପଟ୍ଟନାୟକଙ୍କ ନିଜ ଖବରକାଗଜରେ ଦୁଇଥର ଆର୍ଟିକିଲ ତାଙ୍କ ହତାଶାକୁ ପ୍ରତିଫଳିତ କରୁଛି । ସେ ସୌମ୍ୟ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଚ୍ୟାଲେଞ୍ଜ କରି କହିଛନ୍ତି, ଆପଣ ଯେଉଁ ଲେଖିଛନ୍ତି ୫-ଟି ସଚିବ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ଏକ ସଭାରେ ନିବେଦନ କରିଛନ୍ତି ତାହାର ପ୍ରମାଣ ନିଜର ଟିଭି ଓ ଖବରକାଗଜରେ ଦେଖାନ୍ତୁ । ସେଥିପାଇଁ ମୁଁ ଆପଣଙ୍କୁ ୧୨ ଘଣ୍ଟାର ସମୟ ଦେଉଛି । ଆପଣ ଯଦି ନିଜ କଥାର ସତ୍ୟତା ପ୍ରମାଣିତ କରିଦେବେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି । ଆଉ ଯଦି ପ୍ରମାଣିତ ନକରି ପାରିବେ ଓଡ଼ିଶାବାସୀ ଆପଣଙ୍କୁ ମିଛୁଆ ବୋଲି ଜାଣିବେ । ଏହା ସହ ୫-ଟି ସଚିବଙ୍କ ଗସ୍ତ ପାଇଁ ୩ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୌମ୍ୟ ବାବୁ କହୁଛନ୍ତି ଯାହାର ପ୍ରମାଣ ଦେଇପାରିବେ କି ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି । ପେଟ୍ରୋଲିୟମ ବିଭାଗର ତତ୍କାଳୀନ ମନ୍ତ୍ରୀ ବିଜ୍ଞାପନରେ ୬ଶହ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ସେତେବେଳେ ପ୍ରଶ୍ନ ପଚାରିବାକୁ ସୌମ୍ୟ ବାବୁଙ୍କ ବିବେକ କହିଲା ନାହିଁ କି ବୋଲି ଅନୁଭବ ଲେଖିଛନ୍ତି ।

 ସୌମ୍ୟ ନିଜ ଲେଖା ଶେଷ ଆଡ଼କୁ ପ୍ରଦୀପ ପାଣିଗ୍ରାହୀ ମିଛ କହୁଛନ୍ତି ବୋଲି ୫-ଟି ସଚିବ ପ୍ରମାଣ କରିବା ଦରକାର ବୋଲି କହିଛନ୍ତି । ସେହିଭଳି ସୌମ୍ୟ ସତ କହୁଛନ୍ତି ବୋଲି ଅନୁଭବ ପ୍ରମାଣ ଚାହିଁଛନ୍ତି । ଏବେ ଦେଖିବାର କଥା କେହି ପ୍ରମାଣ ଦେଉଛନ୍ତି ନା ପରସ୍ପରର ଆହ୍ବାନକୁ ଅଣଦେଖା କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି