ରାମମନ୍ଦିର ପାଇଁ ସ୍ୱତନ୍ତ୍ର ଦୀପ, ବାହାରିବ ନାହିଁ ଧୂଆଁ ନଷ୍ଟ ହେବ ନାହିଁ ଗର୍ଭଗୃହ କାରୁକାର୍ଯ୍ୟ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଜୟ ଶ୍ରୀରାମ ଜୟ ଶ୍ରୀରାମ ଧ୍ୱନିରେ ଫାଟୁଛି ଅଯୋଧ୍ୟା । ଆସୁଛନ୍ତି ରାମଲାଲା । ଆସିଛି ଶୁଭ ମୁହୂର୍ତ୍ତ । ଆଉ କିଛି ଦିନରେ ହେବ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଉସôବମୁଖର ରାମ୍ ନଗରୀ । ରାମଲାଲାଙ୍କ ପାଇଁ ଦେଶର କୋଣ ଅନୁକୋଣରୁ ଆସୁଛି ବିଭିନ୍ନ ଉପହାର । କିଏ ପାଦୁକା ଦେଉଥିବାବେଳେ କିଏ ପ୍ରସାଦ କିଏ ଧୂପକାଠି ତ କିଏ ଘଣ୍ଟି ପ୍ରଭୁତି ଦେଉଛନ୍ତି । ଏହି କ୍ରମରେ ଉତ୍ତରପ୍ରଦେଶ କନୌଜର ଜିସି ତିୱାରୀ ନାମକ ବ୍ୟକ୍ତି ଶ୍ରୀରାମଙ୍କ ପାଇଁ ଆଣିଛନ୍ତି ସ୍ୱତନ୍ତ୍ର ଅତର, ଧୂପକାଠି ଓ ଚନ୍ଦନ କାଠ ।

ପ୍ରଥମ ଥର ପାଇଁ ପଦ୍ମଫୁଲରୁ ପ୍ରସ୍ତୁତ ହୋଇଛି ଏହି ସ୍ୱତନ୍ତ୍ର ତନ୍ତ୍ର ଅତର । ସେହିପରି ମଧ୍ୟପ୍ରଦେଶ ରତଲାମରୁ ଆସିଛି ରୂପା ଦୀପ । ରତଲାମର ଶୈଳେନ୍ଦ୍ର ସୋନି ୫ କେଜି ରୂପାରେ ତିଆରି ଏହି ଦୀପ ପ୍ରଦାନ କରିଛନ୍ତି । ଦୀପର ବୈଶିଷ୍ଟ୍ୟ ହେଉଛି, ଏଥିରେ ଥରେ ଘିଅ ଢାଳିଲେ ୭୨ ଘଣ୍ଟା ପର୍ଯ୍ୟନ୍ତ ଜଳିପାରିବ । ସେହିପରି ଦୀପକୁ ଏଭଳି ଭାବେ ଡିଜାଇନ କରାଯାଇଛି ଯେ ସେଥିରୁ ଧୂଆଁ ବାହାରିବ ନାହିଁ, ଯାହା ଦ୍ୱାରା ଗର୍ଭଗୃହ କାରୁକାର୍ଯ୍ୟ ପ୍ରତି କୌଣସି ବିପଦ ସୃଷ୍ଟି ହେବ ନାହିଁ । ସମସ୍ତ ସାମଗ୍ରୀ ଗୁଡିକୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଂପାଦକ ଚମ୍ପତ ରାୟ ଗ୍ରହଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ