Masthead

ଭାରତ ପାଇଁ ଖୁସି ଖବର ଆଣିପାରେ ସ୍ପୁଟିନିକ୍-ଭି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ତିନି ତିନୋଟି ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ହାସଲ କରିଥିବା ଫାଇଜର ଟିକାକୁ ଏବେ ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହେବାକୁ ପଡିବ । କାରଣ ମଡର୍ଣ୍ଣା କମ୍ପାନି ଦ୍ୱାରା ବିକଶିତ ଟିକାକୁ ଖୁବ୍ ଶୀଘ୍ର ଆମେରିକାର ସ୍ୱୀକୃତି ମିଳିବାକୁ ଥିବା ବେଳେ ରୁଷୀୟ ଟିକା ସ୍ପୁଟନିକ୍-ଭି ମନୁଷ୍ୟ ଶରୀରରେ ଦୀର୍ଘ ଦୁଇ ବର୍ଷ ଯାଏ ରୋଗପ୍ରତିରୋଧକତା ବିକଶିତ କରିପାରିବ ବୋଲି ଜଣାପଡିଛି ।

ଫାଇଜର ଓ ଅନ୍ୟାନ୍ୟ ଟିକା ମାତ୍ର ୪ରୁ ୬ ମାସ ଯାଏ ରୋଗପ୍ରତିରୋଧକତା ସୃଷ୍ଟି କରି ପାରୁଥିବା ବେଳେ ସ୍ପୁଟନିକ୍-ଭି ଦୀର୍ଘ ୨ ବର୍ଷ କାଳ ରୋଗପ୍ରତିରୋଧକତା ବିକଶିତ କରିପାରିବ ବୋଲି ଏହାର ନିର୍ମାତା ଗମାଲେଇ ପ୍ରତିଷ୍ଠାନ ପକ୍ଷରୁ ଦାବି କରାଯାଇଛି । ସ୍ପୁଟିନିକ୍-ଭିର ଏହି ସଦ୍ୟ ଉପଲବଧି ଭାରତ ପାଇଁ ଖୁସି ଖବର ଆଣିବ ନିଶ୍ଚୟ । କାରଣ ଫାଇଜର ଟିକାର ଅଧିକ ଦର ଭାରତରେ ସ୍ପୁଟିନିକ୍-ଭିର ବ୍ୟବହାରକୁ ଶ୍ରେଷ୍ଠ ବିକଳ୍ପ ଭାବେ ବିଚାର କରାଯାଇପାରେ ।

ଅନ୍ୟ ଏକ ଘଟଣାକ୍ରମରେ ମଡର୍ଣ୍ଣା ଟିକାର ଫଳପ୍ରଦତା ଉପରେ ଆମେରିକାର ଖାଦ୍ୟ ଓ ଭେଷଜ ପ୍ରଶାସନ ସନ୍ତୋଷ ଜାହିର କରିଛନ୍ତି । ସୁତରାଂ ଆଗାମୀ ସପ୍ତାହ ଭିତରେ ଆମେରିକାରେ ଏହାର ବ୍ୟବହାରକୁ ସବୁଜ ସଂକେତ ମିଳିପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ