Masthead

ଆଜିଠୁ ଆରମ୍ଭ ହେବ ନାଟମଣ୍ଡପ ମରାମତି, ୧୨୦ ଦିନରେ ସରିବ କାମ

ପୁରୀ(ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ହେବ ନାଟମଣ୍ଡପ ମରାମତି କାମ । ଏଏସଆଇକୁ ନିଦେ୍ର୍ଦଶ ଦେଇଛନ୍ତି ଉଚ୍ଚ ନ୍ୟାୟଳୟ । ମରାମତି ପାଇଁ ସମସ୍ତ ସହଯୋଗ ଯୋଗାଇବ ଶ୍ରୀମନ୍ଦିର ପ୍ରଶାସନ । ମରାମତି କାମର ଅନୁଧ୍ୟାନ କରିବେ ଆମିକସ୍ କ୍ୟୁରି । ମରାମତି କାମ ଅନୁଧ୍ୟାନ କରି ପ୍ରତି ୧୫ ଦିନରେ ହାଇକୋର୍ଟଙ୍କୁ ରିପୋର୍ଟ ଦେବେ ଆମିକସ୍ କ୍ୟୁରି। ଡିସେମ୍ବର ୪ରେ ପରବର୍ତ୍ତି ଶୁଣାଣି । ଦୀର୍ଘ ଦିନ ଧରି କେସ୍ ରହିଥିବା ବେଳେ ଗତକାଲି ଶୁଣାଣି ବେଳେ ବିରକ୍ତ ପ୍ରକାଶ କରିଥିଲେ କୋର୍ଟ । ଗୁରୁବାରଠୁ କାମ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଦିନକୁ ୬ ଘଣ୍ଟା ଲେଖାଏଁ କାମ ୧୨୦ ଦିନରେ କାମ ସାରିବା ପାଇଁ କହିଛି ଏଏସଆଇ । ଜାନୁଆରୀ ୨୪ରୁ ନାଟମଣ୍ଡପର କାମ ଆରମ୍ଭ କରିବା ନେଇ ଏଏସଆଇ ଦାଖଲ କରିଥିବା ଅଫିଡେଭିଡରେ ଦର୍ଶାଇଥିଲା । କାର୍ତ୍ତିକ ମାସ ଏବଂ ଶ୍ରୀମନ୍ଦିର ଚାରିପଟେ ପ୍ରକଳ୍ପ କାମ ଚାଲିଥିବାରୁ ନାଟମଣ୍ଡପ କାମରେ ବାଧା ସୃଷ୍ଟି ହେବା ଦର୍ଶାଇ ଜାନୁଆରୀ ୨୪ରୁ କାମ ଆରମ୍ଭ କରିବାକୁ କହିଥିଲା ଏଏସଆଇ । କିନ୍ତୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି ନଭେମ୍ବର ୧୬ତାରିଖରୁ ହିଁ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ