Masthead

ଆଜିଠୁ ଆରମ୍ଭ ହେବ ନାଟମଣ୍ଡପ ମରାମତି, ୧୨୦ ଦିନରେ ସରିବ କାମ

ପୁରୀ(ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ହେବ ନାଟମଣ୍ଡପ ମରାମତି କାମ । ଏଏସଆଇକୁ ନିଦେ୍ର୍ଦଶ ଦେଇଛନ୍ତି ଉଚ୍ଚ ନ୍ୟାୟଳୟ । ମରାମତି ପାଇଁ ସମସ୍ତ ସହଯୋଗ ଯୋଗାଇବ ଶ୍ରୀମନ୍ଦିର ପ୍ରଶାସନ । ମରାମତି କାମର ଅନୁଧ୍ୟାନ କରିବେ ଆମିକସ୍ କ୍ୟୁରି । ମରାମତି କାମ ଅନୁଧ୍ୟାନ କରି ପ୍ରତି ୧୫ ଦିନରେ ହାଇକୋର୍ଟଙ୍କୁ ରିପୋର୍ଟ ଦେବେ ଆମିକସ୍ କ୍ୟୁରି। ଡିସେମ୍ବର ୪ରେ ପରବର୍ତ୍ତି ଶୁଣାଣି । ଦୀର୍ଘ ଦିନ ଧରି କେସ୍ ରହିଥିବା ବେଳେ ଗତକାଲି ଶୁଣାଣି ବେଳେ ବିରକ୍ତ ପ୍ରକାଶ କରିଥିଲେ କୋର୍ଟ । ଗୁରୁବାରଠୁ କାମ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଦିନକୁ ୬ ଘଣ୍ଟା ଲେଖାଏଁ କାମ ୧୨୦ ଦିନରେ କାମ ସାରିବା ପାଇଁ କହିଛି ଏଏସଆଇ । ଜାନୁଆରୀ ୨୪ରୁ ନାଟମଣ୍ଡପର କାମ ଆରମ୍ଭ କରିବା ନେଇ ଏଏସଆଇ ଦାଖଲ କରିଥିବା ଅଫିଡେଭିଡରେ ଦର୍ଶାଇଥିଲା । କାର୍ତ୍ତିକ ମାସ ଏବଂ ଶ୍ରୀମନ୍ଦିର ଚାରିପଟେ ପ୍ରକଳ୍ପ କାମ ଚାଲିଥିବାରୁ ନାଟମଣ୍ଡପ କାମରେ ବାଧା ସୃଷ୍ଟି ହେବା ଦର୍ଶାଇ ଜାନୁଆରୀ ୨୪ରୁ କାମ ଆରମ୍ଭ କରିବାକୁ କହିଥିଲା ଏଏସଆଇ । କିନ୍ତୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି ନଭେମ୍ବର ୧୬ତାରିଖରୁ ହିଁ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା