ଆଜି କିଏ ମାରିବ ବାଜି, ଭାରତ ସହ କାହାର ହେବ ଟକ୍କର..ରହିଛି ସମସ୍ତଙ୍କ ନଜର

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଜି ବିଶ୍ୱକପ୍‌ କ୍ରିକେଟର ଦ୍ୱିତୀୟ ସେମି ଫାଇନାଲ । ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ମଧ୍ୟରେ ହେବ ଟକ୍କର । କୋଲକାତାର ଇଡେନ ଗାର୍ଡେନରେ ଆଜି ହେବ ହାଇଭୋଲଟେଜ୍‌ ମ୍ୟାଚ୍ । ଆଜି ଯିଏ ବିଜୟୀ ହେବ ଫାଇନାଲରେ ଭାରତ ସହ ମୁକାବିଲା କରିବ । ଦ୍ୱତୀୟ ସେମିକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟ ରହିଛି ଉତ୍ସାହ । କିଏ ମ୍ୟାଚ ଜିତିବ ଆଉ କହା ସହ ଫାଇନାଲ ଖେଳିବ ଟିମ୍ ଇଣ୍ଡିଆ ସମସ୍ତଙ୍କ ରହିଛି ନଜର । ଯଦି ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ଜିତେ ତେବେ ଟିମ ଇଣ୍ଡିଆକୁ କଡ଼ା ମୁକାବିଲା କରିବା ପାଇଁ ପଡ଼ିବ ।

ତେବେ ଦକ୍ଷିଣ ଆଫ୍ରିକା ୧୯୯୨, ୧୯୯୯, ୨୦୦୭, ୨୦୧୫ରେ ସେମିଫାଇନାଲ୍‌ ଖେଳିଥିଲେ ମଧ୍ୟ ତା’ଆଗକୁ ବଢ଼ିବାକୁ ସକ୍ଷମ ହୋଇନି। ଚଳିତ ଥର ତେମ୍ବା ବଭୂମାଙ୍କ ଦଳ ପ୍ରଥମ ଥର ବିଶ୍ୱକପ୍‌ ଫାଇନାଲ୍‌ ଖେଳିବା ଆଶା ବାନ୍ଧିଛି। ୧୯୯୯ରେ ଅଷ୍ଟ୍ରେଲିଆ ସହ ସେମିଫାଇନାଲ୍‌ ଖେଳ ବେଳେ ଏହିକ ମ୍ୟାଚ୍‌ ନାଟକୀୟ ଭାବେ ଟାଇ ହୋଇଥିଲା। ଫଳରେ ପୂର୍ବ ପ୍ରଦର୍ଶନ ଆଧାରରେ ଅଷ୍ଟ୍ରେଲିଆ ଫାଇନାଲ୍‌ରେ ପହଞ୍ଚିଥିଲା ଏବଂ ଦକ୍ଷିଣ ଆଫ୍ରିକାର ଅଭିଯାନ ସେମିରେ ଶେଷ ହୋଇଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’