Masthead

ପଡ଼ିଲା ଶୂନ୍ୟ ଗଣ୍ଠି, ଦୂର ହେବ ବିପର୍ଯ୍ୟୟ

ପୁରୀ (ବଡ଼ ଖବର ବ୍ୟୁରୋ): ଟଳିଯିବ ବିପର୍ଯ୍ୟୟ । ମହାପ୍ରଭୁ ଦେଇଛନ୍ତି ସଙ୍କେତ । ପୁରୀ ମନ୍ଦିରରେ ପଡ଼ିଲା ଶୂନ୍ୟ ଗଣ୍ଠି । ଶ୍ରୀମନ୍ଦିରରେ ଅନେକ ଅଲୌକିକ ଜିନିଷ ସଙ୍ଗଠିତ ହେଉଥିବା କଥା ଆପଣ ଶୁଣିଥିବେ । ଶ୍ରୀମନ୍ଦିରର ପତିତପାବନ ବାନା କଥା ସମସ୍ତେ ଜାଣନ୍ତି । ଶ୍ରୀମନ୍ଦିର ଚୂଡାରେ ଫରଫର ହୋଇ ଉଡୁଥିବା ବାନାକୁ ପତିତପାବନ ବାନା ବୋଲି କୁହାଯାଏ । ଆମେ ପୂର୍ବ କାଳକୁ ଫେରିଯିବା, ଯେତେବେଳେ ଦେଢ଼ଶହ ହାତ ବାନା, ଏକାବନ ହାତିଆ ବାନା ପୁରୀ ମନ୍ଦିର ଚୂଡରେ ଉଡୁଥିଲା । ସେହି ବାନା ଗୁଡିକ ପରସ୍ପର ସହିତ ବାୟୁରେ ସଂଘର୍ଷ କରି ସେମାନେ ପରସ୍ପର ଭିତରେ ଗଣ୍ଠି ପଡ଼ିଯାନ୍ତି । ତାକୁ ଶୂନ୍ୟ ଗଣ୍ଠି ବୋଲି କୁହାଯାଏ । ଗୋଟିଏ ଗୋଟିଏ ଗଣ୍ଠିର ଓଜନ ପ୍ରାୟ ୫ କିଲୋରୁ ୧୦ କିଲୋ ହୋଇଥାଏ ।

ଆଜି ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ଯେତେବେଳେ କାଳବୈଶାଖୀ ହୋଇଥିଲା ଶ୍ରୀମନ୍ଦିର ଚୂଡାରେ ପାଖାପାଖି ୫ରୁ ୭ଟି ବାନା ବନ୍ଧା ହୋଇଥିଲା । ଯେହେତୁ ଏବେ ଲକଡାଉନ ସମୟ, ବିଶେଷ ଶ୍ରୀମନ୍ଦିର ଚୂଡାରେ ବେଶି ବାନା ବନ୍ଧା ଯାଉନି । କିନ୍ତୁ ଯେଉଁ ବାନା ଗୁଡିକ ବନ୍ଧା ହୋଇଥିଲା ସେମାନେ ପବନରେ ପରସ୍ପର ଭିତରେ ଛନ୍ଦି ହୋଇ ଗଣ୍ଠି ପଡ଼ିଯାଇଥିଲେ । ଏହି ଗଣ୍ଠିକୁ ଶୂନ୍ୟ ଗଣ୍ଠି ବୋଲି କୁହାଯାଏ । ଏହି ଗଣ୍ଠିକୁ ଖୋଲିବା ବହୁତ କଷ୍ଟ ହୋଇଥାଏ । ଏମିତି ଗଣ୍ଠି ପୂର୍ବ କାଳରେ ବହୁ ସମୟରେ ବିଭିନ୍ନ ଜାଗାରେ ଉପହାର ସ୍ୱରୂପ ଦିଆଯାଇଛି । ଅନେକ କେନ୍ଦ୍ରମନ୍ତ୍ରୀ, ଆମ ମୁଖ୍ୟମନ୍ତ୍ରୀ ପ୍ରକୋଷ୍ଠରେ ମଧ୍ୟ ଦୀର୍ଘ ୧୦ ବର୍ଷ ତଳେ ଏହି ଗଣ୍ଠିକୁ ତାଙ୍କୁ ପ୍ରଦାନ କରାଯାଇଥିଲା ଏବଂ ଏହା ଅତ୍ୟନ୍ତ ମହାର୍ଘ୍ୟବସ୍ତୁ । ଶୂନ୍ୟଗଣ୍ଠି ଅନେକ ସମୟରେ ପଡ଼ିଥାଏ । ପ୍ରବଳ ପବନ ବା ଝଡ଼ବର୍ଷା ହେଲେ ଅତ୍ୟଧିକ ବାନା ଯଦି ନୀଳଚକ୍ରରେ ବନ୍ଧା ହୋଇଥାଏ ସେମାନେ ପରସ୍ପର ଭିତରେ ଦୋଳାୟମାନ ହୋଇ ପବନରରେ ବାରମ୍ବାର ବାଡେଇ ହୋଇ ଗଣ୍ଠି ପଡ଼ିଥାନ୍ତି । ସେ ଗଣ୍ଠି ଏମିତି ପଡ଼ିଥାଏ ଯେ, ଆମେ ସାଧାରଣତଃ ଗୋଟିଏ ଦଉଡିରେ ଯେଉଁ ଗଣ୍ଠି ପକାଇଥାଉ ସେଭଳି ତାହା ସେଭଳି ହୋଇନଥାଏ । ସେ ପ୍ରାକୃତିକ ଉପାୟରେ ଗଣ୍ଠି ପଡ଼ିଥାଏ । ସେ ଗଣ୍ଠିକୁ ସାଧାରଣତଃ କେହି ଖୋଲିବାକୁ ସକ୍ଷମ ହୋଇନଥାନ୍ତି । ସେହି ଗଣ୍ଠିକୁ କାଟିଲେ ଯାଇ ସେ ଗଣ୍ଠି ଖୋଲିଥାଏ ।

ଏହି ଗଣ୍ଠିକୁ ଲୋକେ ନେଇ ନିଜ ଘରର ପ୍ରବେଶ ପଥରେ ଏବଂ ଡ୍ରଇଁ ରୁମରେ ଟାଙ୍ଗିବାକୁ ଇଚ୍ଛା କରିଥାନ୍ତି । ବଡ଼ବଡ଼ ବ୍ୟବସାୟ ପ୍ରତିଷ୍ଠାମାନଙ୍କରେ ଏହାକୁ ଝୁଲାଇ ରଖିବାକୁ ମଧ୍ୟ ଚେଷ୍ଠା କରିଥାନ୍ତି । ବିଶ୍ୱାସ ରହିଛି ଏହା ଯେଉଁ ଘରେ ଏହା ରହିଥାଏ କୌଣସି ପ୍ରକାର ପ୍ରକୃତିକ ଦୁର୍ବିପାକ, ଗ୍ରହ, ବାଧା ଇତ୍ୟାଦି ଘର ଭିତରେ ପ୍ରବେଶ କରିପାରେ ନାହିଁ । ଏବଂ ଛୋଟ ପିଲାମାନଙ୍କର ଶେଜରେ ମଧ୍ୟ ମାଆମାନେ ଏହି ଗଣ୍ଠି ଏବଂ ଗୁଆ କାତି ରଖିଥାନ୍ତି । ଏକଥା ବି କୁହାଯାଏ, ଯେଉଁମାନେ ଆସନ୍ନପ୍ରସବା ସେମାନଙ୍କର ଗର୍ଭ ବେଦନା ହେଉଥିବା ସମୟରେ ଏହି ଗଣ୍ଠି ପାଣିରେ ଧୋଇ ସେ ପାଣିକୁ ପିଆଇ ଦେଲେ ତାଙ୍କର ସ୍ୱଭାବିକ ଭାବରେ ସନ୍ତାନ ପ୍ରସବ ହୋଇଥାଏ । ଯେଉଁ ବାନା କାଳବୈଶାଖୀ ପ୍ରଭାବରେ ମଧ୍ୟାହ୍ଣ ସମୟରେ ସ୍ଥାନ ଚ୍ୟୁତ ହୋଇଥିଲା ତାକୁ ଆଜି ପରିବର୍ତ୍ତନ କରାଯାଇଛି । ସନ୍ଧ୍ୟା ୫ଟାରେ ଯେମିତି ବାନା ବନ୍ଧାହୁଏ ସେଭଳି ଆଜି ନୂତନ ବାନା ଆଜି ବନ୍ଧା ଯାଇଥିଲା । ଚୂନରା ସେବକ ନୃସିଂହ ମହାପାତ୍ର ଏହି ବାନାକୁ ପରିବର୍ତ୍ତନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ