ଇସ୍ରାଇଲ ଏୟାରଷ୍ଟ୍ରାଇକରେ ଭାରତୀୟ ମହିଳାଙ୍କ ମୃତ୍ୟୁ

କୋଚି(ବଡ଼ ଖବର ବ୍ୟୁରୋ): ଇସ୍ରାଇଲ ଏୟାରଷ୍ଟ୍ରାଇକରେ ଭାରତୀୟଙ୍କ ମୃତ୍ୟୁ । ଇସ୍ରାଇଲ ଓ ପାଲେଷ୍ଟାଇନ ମଧ୍ୟରେ ହୋଇଥିବା ଉତ୍ତେଜନାରେ ପାଲେଷ୍ଟାଇନର ୧୦ଜଣ ଶିଶୁ ଓ ୨ଜଣ ମହିଳାଙ୍କ ସମେତ ମୋଟ ୨୮ଜଣ ମୃତ୍ୟୁବରଣ କରିଥିଲେ । ଯେଉଁମାନଙ୍କ ମଧ୍ୟରେ ଜଣେ ଭାରତୀୟ ମହିଳା ଅଛନ୍ତି । ତାଙ୍କ ନାଁ ସୌମ୍ୟା ବୋଲି ଜଣାପଡ଼ିଛି । ସେ କେରଳର ଇଡୁକ୍କି ଜିଲ୍ଲାର ଆଦିମାଲି ନିକଟ କାଞ୍ଜିରାମଥନମର ବାସିନ୍ଦା । ୩୦ବର୍ଷ ବୟସ୍କା ସୌମ୍ୟା ଇସ୍ରାଇଲସ୍ଥିତ ଆଶକେଲୋନରେ ଜଣେ ବ୍ୟକ୍ତଙ୍କ ଘରେ କେୟାର ଟେକର ଭାବେ କାମ କରୁଥିଲେ । ସେ ରହୁଥିବା ଘରଉପରକୁ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଆକ୍ରମଣ ହୋଇଥିଲା । ଏଥିରେ ଘରଟି ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା ।  ସୌମ୍ୟାଙ୍କ ସହ ଅନ୍ୟଜଣେ ମହିଳାଙ୍କର ମଧ୍ୟ ପ୍ରାଣ ଯାଇଥିଲା ।

ତାଙ୍କ ମୃତ୍ୟୁ ଖବର ତାଙ୍କ ଭଉଣୀ ଶେର୍ଲି ବେନ୍ନି ଦେଇଛନ୍ତି । ତେବେ ସୌମ୍ୟା ସେଠାରେ ୭ବର୍ଷ ହେବ କାର୍ଯ୍ୟରତ ଥିଲେ । ୨୦୧୭ରେ କେରଳ ଆସିଥିଲେ । ବର୍ତ୍ତମାନ ତାଙ୍କ ମୃତ ଦେହକୁ ଭାରତ ଆଣିବାକୁ ଇସ୍ରାଇଲ ଦୂତାବାସ ସହ ଯୋଗାଯୋଗ କରାଯାଇଛି । ତେବେ ଜେରୁଜେଲମରେ ଉତ୍ତେଜନା ଲାଗି ରହିଛି । ଇସ୍ରାଇଲ ଓ ପାଲେଷ୍ଟାଇନରର ହମାସ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ମଙ୍ଗଳବାର ଗାଜା ଉପରେ ଇସ୍ରାଇଲର ଏୟାର ଷ୍ଟ୍ରାଇକ ପରେ ଏହାର ଜବାବରେ ମଧ୍ୟ ହମାସ୍ ଆତଙ୍କବାଦୀ ଶତାଧିକ ରକେଟ ମାଡ଼ କରିଛନ୍ତି । ଉଭୟ ପକ୍ଷରୁ ଆକ୍ରମଣ ଓ ପ୍ରତିଆକ୍ରମଣରେ ଇସ୍ରାଇଲର ଦୁଇ ନାଗରିକ ଏବଂ ୧୬ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି । ପାଲେଷ୍ଟାଇନର ମଧ୍ୟ ୨୮ ଜଣ ମୃତ୍ୟୁ ବରଣ କରିଛନ୍ତି । ଯେଉଁମାନଙ୍କ ମଧ୍ୟରେ ୧୦ ଶିଶୁ ଓ ୨ଜଣ ମହିଳା ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ