Masthead

ଇସ୍ରାଇଲ ଏୟାରଷ୍ଟ୍ରାଇକରେ ଭାରତୀୟ ମହିଳାଙ୍କ ମୃତ୍ୟୁ

କୋଚି(ବଡ଼ ଖବର ବ୍ୟୁରୋ): ଇସ୍ରାଇଲ ଏୟାରଷ୍ଟ୍ରାଇକରେ ଭାରତୀୟଙ୍କ ମୃତ୍ୟୁ । ଇସ୍ରାଇଲ ଓ ପାଲେଷ୍ଟାଇନ ମଧ୍ୟରେ ହୋଇଥିବା ଉତ୍ତେଜନାରେ ପାଲେଷ୍ଟାଇନର ୧୦ଜଣ ଶିଶୁ ଓ ୨ଜଣ ମହିଳାଙ୍କ ସମେତ ମୋଟ ୨୮ଜଣ ମୃତ୍ୟୁବରଣ କରିଥିଲେ । ଯେଉଁମାନଙ୍କ ମଧ୍ୟରେ ଜଣେ ଭାରତୀୟ ମହିଳା ଅଛନ୍ତି । ତାଙ୍କ ନାଁ ସୌମ୍ୟା ବୋଲି ଜଣାପଡ଼ିଛି । ସେ କେରଳର ଇଡୁକ୍କି ଜିଲ୍ଲାର ଆଦିମାଲି ନିକଟ କାଞ୍ଜିରାମଥନମର ବାସିନ୍ଦା । ୩୦ବର୍ଷ ବୟସ୍କା ସୌମ୍ୟା ଇସ୍ରାଇଲସ୍ଥିତ ଆଶକେଲୋନରେ ଜଣେ ବ୍ୟକ୍ତଙ୍କ ଘରେ କେୟାର ଟେକର ଭାବେ କାମ କରୁଥିଲେ । ସେ ରହୁଥିବା ଘରଉପରକୁ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଆକ୍ରମଣ ହୋଇଥିଲା । ଏଥିରେ ଘରଟି ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା ।  ସୌମ୍ୟାଙ୍କ ସହ ଅନ୍ୟଜଣେ ମହିଳାଙ୍କର ମଧ୍ୟ ପ୍ରାଣ ଯାଇଥିଲା ।

ତାଙ୍କ ମୃତ୍ୟୁ ଖବର ତାଙ୍କ ଭଉଣୀ ଶେର୍ଲି ବେନ୍ନି ଦେଇଛନ୍ତି । ତେବେ ସୌମ୍ୟା ସେଠାରେ ୭ବର୍ଷ ହେବ କାର୍ଯ୍ୟରତ ଥିଲେ । ୨୦୧୭ରେ କେରଳ ଆସିଥିଲେ । ବର୍ତ୍ତମାନ ତାଙ୍କ ମୃତ ଦେହକୁ ଭାରତ ଆଣିବାକୁ ଇସ୍ରାଇଲ ଦୂତାବାସ ସହ ଯୋଗାଯୋଗ କରାଯାଇଛି । ତେବେ ଜେରୁଜେଲମରେ ଉତ୍ତେଜନା ଲାଗି ରହିଛି । ଇସ୍ରାଇଲ ଓ ପାଲେଷ୍ଟାଇନରର ହମାସ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ମଙ୍ଗଳବାର ଗାଜା ଉପରେ ଇସ୍ରାଇଲର ଏୟାର ଷ୍ଟ୍ରାଇକ ପରେ ଏହାର ଜବାବରେ ମଧ୍ୟ ହମାସ୍ ଆତଙ୍କବାଦୀ ଶତାଧିକ ରକେଟ ମାଡ଼ କରିଛନ୍ତି । ଉଭୟ ପକ୍ଷରୁ ଆକ୍ରମଣ ଓ ପ୍ରତିଆକ୍ରମଣରେ ଇସ୍ରାଇଲର ଦୁଇ ନାଗରିକ ଏବଂ ୧୬ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି । ପାଲେଷ୍ଟାଇନର ମଧ୍ୟ ୨୮ ଜଣ ମୃତ୍ୟୁ ବରଣ କରିଛନ୍ତି । ଯେଉଁମାନଙ୍କ ମଧ୍ୟରେ ୧୦ ଶିଶୁ ଓ ୨ଜଣ ମହିଳା ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା