Masthead

ବକ୍ସିଙ୍କ ବୀରତ୍ୱର କାହାଣୀ, ଆସୁଛି “ବିଦ୍ରୋହୀ”

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବକ୍ସି ଜଗବନ୍ଧୁଙ୍କ ଜୀବନିକୁ ନେଇ ଆସୁଛି ଏକ ଧାରାବାହିକ । ଯେଉଁଥିରେ ବକ୍ସି ଜଗବନ୍ଧୁଙ୍କ ବିରତ୍ୱକୁ ପ୍ରତିପାଦିତ କରାଯିବ । ଏହାର ନାଁ ରହିଛି “ବିଦ୍ରୋହୀ” । ଓଡ଼ିଶାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆକୁ କମ୍ପାନୀକୁ ବିରୋଧ କରି ୧୮୧୭ରେ ହୋଇଥିବା ପାଇକ ବିଦ୍ରୋହକୁ ଆଧାର କରି ଏହି ଧାରାବାହିକଟି ନିର୍ମାଣ କରାଯାଉଛି । ଓଡ଼ିଶାରେ ପାଇକ ବିଦ୍ରୋହକୁ ବିଶେଷ ଭଽରେ ଏହି ଧାରାବାହିକରେ ଦର୍ଶାଯାଇଛି । ୧୮୧୭ରେ ଓଡ଼ିଶାରେ ‘ବ୍ରିଟିସ୍‌ ଇଷ୍ଟ୍‌ ଇଣ୍ଡିଆ କମ୍ପାନି’ ବିରୋଧରେ ହୋଇଥିବା ବିଦ୍ରୋହକୁ ଆଧାର କରି ‘ଷ୍ଟାର୍‌ ପ୍ଲସ୍‌’ ଟିଭି ଚାନେଲ୍‌ ‘ବିଦ୍ରୋହୀ’ ଶୀର୍ଷକ ନୂଆ ଧାରାବାହିକ ପ୍ରସାରଣ କରିବାକୁ ଯାଉଛନ୍ତି ।

‘କଥା ପ୍ରଡକ୍‌ସନ୍‌’ର ଅର୍ଥ ବିନିଯୋଗରେ ହେଉଥିବା ବ୍ରିଟିସ୍‌ ଅମଳର ଏହି କାହାଣୀ ଦର୍ଶକମାନଙ୍କୁ ସାମାନ୍ୟ କିଂବଦନ୍ତୀୟ ଆଡକୁ ଆକୃଷ୍ଟ କରିବ ବୋଲି ମନେହୁଏ। ଦୁଇଜଣ ରାଜଜେମା ଏବଂ ଜଣେ ବିଦ୍ରୋହୀ ଯୋଦ୍ଧା ଏକତ୍ର ହୋଇ କିଭଳି ବ୍ରିଟିସ୍‌ ଶାସକଙ୍କ ବିରୋଧରେ ଯୁଦ୍ଧ କରୁଛନ୍ତି, ତାହା ବିଦ୍ରୋହୀମାନଙ୍କ କଥାବସ୍ତୁ ଉପରେ ଆଧାରିତ ତଥା ଖୁବ୍‌ ଶୀଘ୍ର ପ୍ରସାରଣ ହେବାକୁ ଯାଉଥିବା ଏହି ଧାରାବାହିକରେ ପର୍ଯ୍ୟବେଶିତ ହୋଇଛି। ନିକଟ ଅତୀତରେ ରିଲିଜ୍‌ ହୋଇଥିବା ଏହି ଧାରାବାହିକର ‘ପ୍ରମୋ’ରେ ୧୮୧୭ରେ ଖୋର୍ଦ୍ଧାରେ ହୋଇଥିବା ଐତିହାସିକ ପାଇକ ବିଦ୍ରୋହ ନେତା ବକ୍ସି ଜଗବନ୍ଧୁଙ୍କ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି ଶାରଦ ମାଲହୋତ୍ରା।

ବକ୍ସି ଥିଲେ ରୋଢ଼ଙ୍ଗର ଜମିଦାର ଏବଂ ଖୋର୍ଦ୍ଧା ରାଜା ତାଙ୍କୁ ସେନାପତି ଭାବେ ମନୋନୀତ କରିଥିଲେ। ବକ୍ସିଙ୍କ ନେତୃତ୍ବାଧୀନ ପାଇକ ମେଳି ବ୍ରିଟିସ୍‌ ଶାସନଦ୍ବାରା ଲାଗୁ ହୋଇଥିବା ମାତ୍ରାଧିକ ଟିକସ ଏବଂ ନିଷ୍କର ଜମି ଜବରଦଖଲ ଏବଂ ଲୁଣ କଟକଣା ବିରୋଧରେ ସ୍ବର ଉତ୍ତୋଳନ କରିଥିଲା। ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାଏ । ଖୋର୍ଦ୍ଧା ମହାରାଜାଙ୍କର ସେନାପତି ଓ ବକ୍ସି ଥିଲେ । ଭାରତୀୟ ମୁକ୍ତି ପାଇଁ ସେ ଥିଲେ ଜଣେ ଯୋଦ୍ଧା । ପାଇକ ବିପ୍ଳବୀ ମାନେ ତାଙ୍କର ନେତୃତ୍ୱରେ ୧୮୧୭ ମସିହାରେ ଫିରିଙ୍ଗି ଶାସନ ବିରୁଦ୍ଧରେ ପାଇକ ବିଦ୍ରୋହ ଆରମ୍ଭ କରିଥିଲେ । ତେବେ ବକ୍ସି ଜଗବନ୍ଧୁଙ୍କର ୧୮୦୪ ପୂର୍ବବର୍ତ୍ତୀ ଜୀବନୀ ଏ ପର୍ଯ୍ୟନ୍ତ ଅଜଣା ରହିଛି । କେତେକ ଐତିହାସିକ ମତ ଦିଅନ୍ତି ତାଙ୍କ ଜୀବନ କାଳ ୧୭୮୦ ମସିହାରୁ ୧୮୨୯ ମସିହା ମଧ୍ୟରେ ରହିଥିଲା ।

ଜଗବନ୍ଧୁ ବିଦ୍ୟାଧର ତାଙ୍କର ପୁର୍ବପୁରୁଷଙ୍କ ଠାରୁ ବଂଶାନୁକ୍ରମେ “ବକ୍ସି” ଉପାଧି ଲାଭ କରି ଖୋର୍ଦ୍ଧା ରାଜାଙ୍କର ସେନାପତି ଭାବେ ଦାୟିତ୍ୱ ବହନ କରିଥିଲେ, ରାଜାଙ୍କ ପରେ ସେ ଥିଲେ ଦ୍ୱିତୀୟ ଗଣ୍ୟମାନ୍ୟ ବ୍ୟକ୍ତି । ତାଙ୍କ ପରିବାର ପାଇଁ ରାଜାଙ୍କଦ୍ୱାରା ଜମି, ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ପତ୍ର ସହ “ରରଙ୍ଗ କିଲ୍ଲା”ର ଜମିଦାରୀ ପ୍ରଦାନ କରାଯାଇ ଥିଲା । ତାଙ୍କର ସେରଗଡ଼ ଓ ବଡ଼ମ୍ବା ରାଜାଙ୍କ ସହିତ ବୈବାହିକ ସମ୍ବନ୍ଧ ଥିଲା । କିନ୍ତୁ ତା’ଙ୍କର ପୂର୍ଣ୍ଣ ଜୀବନୀ ବିଷୟରେ କୌଣସି ସଠିକ ତଥ୍ୟ ନାହିଁ । ତଥାପି ସେ ଭାରତ ବର୍ଷର ଜଣେ ବୀର ପୁରୁଷ । ତାଙ୍କ ଜୀବନୀକୁ ଆଧାର କରି ହେଉଥିବା ଏହି ଧାରାବାହିକ ପାଇଁ ଲୋକଙ୍କ ମନରେ ଖୁବ ଉତ୍କଣ୍ଠା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା