Masthead

ବେଆଇନ ମାଟି ଉଠାଣକୁ କେନ୍ଦ୍ର କରି ଧାରଣା

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ଘଣ୍ଟେଶ୍ୱର ଅଞ୍ଚଳରେ ଅସାଧୁ ମାଟି ମାଫିଆମାନେ ତାଙ୍କର ଆଧିପତ୍ୟ ବିସ୍ତାର କରି ଚାଲିଥିବା ବେଳେ ଘଣ୍ଟେଶ୍ୱର ଆରଆଇ ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାର ଅଭିଯୋଗ ହେଉଛି। ଏମିତି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ତହସିଲ ଅଧିନ ଘଣ୍ଟେଶ୍ୱର ଆରଆଇ ଗୋପିନାଥପୁର ପଞ୍ଚାୟତରେ। ଦିନ ଦ୍ୱିପ୍ରହରେ ଗୋଚର, ଶ୍ମଶାନ ଜାଗାରୁ ବେଆଇନ ଭାବେ ହଜାର ହଜାର ଟ୍ରିପ ମାଟି ଉଠାଇ ବିଭିନ୍ନ ଉନ୍ନତି କାମରେ ଲଗାଇ ଅସାଧୁ ମାଟି ମାଫିଆମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଦେଖିବାକୁ ମିଳିଛି ।

ଗୋପିନାଥପୁର ପଞ୍ଚାୟତରେ କିଛି ବେଆଇନ ମାଟି ମାଫିଆ ଘଣ୍ଟେଶ୍ୱର ଆରଆଇଙ୍କୁ ହାତ ବାରିସ କରି ଗୋଚର ଏବଂ ଶଶ୍ମାନ ଜାଗାରୁ ମାଟି ଉଠାଇ ନୂତନ ପାର୍କରେ ମାଟି ପକାଉଥିବାବେଳେ ସେହି ଗ୍ରାମର କିଛି ବ୍ୟକ୍ତି ଏହାକୁ ବିରୋଧ କରିଥିଲେ । ମାଟି ମାଫିଆମାନେ ଅଭିଯୋଗକାରୀଙ୍କୁ ଆକ୍ରମଣ କରିଥିବା ନେଇ ଘଣ୍ଟେଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି। ଏଥିରେ କିଛି ନ୍ୟାୟ ନମିଳିବାରୁ ଘଣ୍ଟେଶ୍ୱର ଆରଆଇ ଅଫିସ ଆଗରେ ଅଭିଯୋଗକାରୀ ଧାରଣାରେ ବସିଥିଲେ ।

ଘଣ୍ଟେଶ୍ୱର ଆରଆଇ ଅଫିସକୁ ଆସିବା ବିଳମ୍ବ ଘଟିଥିବାରୁ ସେଠାରେ ହୋହାଲା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଅଭିଯୋଗକାରୀମାନଙ୍କ ବିରୋଧରେ ସେହି ଗ୍ରାମରେ କିଛି ଗ୍ରାମବାସୀ ପାଲଟା ଅଭିଯୋଗ ଆଣିବା ସହିତ ଘଣ୍ଟେଶ୍ୱର ଆରଆଇଙ୍କୁ ସେହି ସମାନ ସମସ୍ୟା ନେଇ ଏକ ଦାବିପତ୍ର ଦେଇଥିବା ଦେଖିବାକୁ ମିଳିଛି। ଏ ବିଷୟରେ ଆରଆଇଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିବା ବେଳେ ତହସିଲଦାରଙ୍କ ନାମ ନେଇ ସମ୍ପୃକ୍ତ ଆରଆଇ ଖସି ଯାଇଥିବା ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ କୈଣସି ସମାଧାନ ସମସ୍ୟା କରା ଯାଇ ନଥିବା ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା