Before Header

ବେଆଇନ ମାଟି ଉଠାଣକୁ କେନ୍ଦ୍ର କରି ଧାରଣା

0 73

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ଘଣ୍ଟେଶ୍ୱର ଅଞ୍ଚଳରେ ଅସାଧୁ ମାଟି ମାଫିଆମାନେ ତାଙ୍କର ଆଧିପତ୍ୟ ବିସ୍ତାର କରି ଚାଲିଥିବା ବେଳେ ଘଣ୍ଟେଶ୍ୱର ଆରଆଇ ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାର ଅଭିଯୋଗ ହେଉଛି। ଏମିତି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ତହସିଲ ଅଧିନ ଘଣ୍ଟେଶ୍ୱର ଆରଆଇ ଗୋପିନାଥପୁର ପଞ୍ଚାୟତରେ। ଦିନ ଦ୍ୱିପ୍ରହରେ ଗୋଚର, ଶ୍ମଶାନ ଜାଗାରୁ ବେଆଇନ ଭାବେ ହଜାର ହଜାର ଟ୍ରିପ ମାଟି ଉଠାଇ ବିଭିନ୍ନ ଉନ୍ନତି କାମରେ ଲଗାଇ ଅସାଧୁ ମାଟି ମାଫିଆମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଦେଖିବାକୁ ମିଳିଛି ।

ଗୋପିନାଥପୁର ପଞ୍ଚାୟତରେ କିଛି ବେଆଇନ ମାଟି ମାଫିଆ ଘଣ୍ଟେଶ୍ୱର ଆରଆଇଙ୍କୁ ହାତ ବାରିସ କରି ଗୋଚର ଏବଂ ଶଶ୍ମାନ ଜାଗାରୁ ମାଟି ଉଠାଇ ନୂତନ ପାର୍କରେ ମାଟି ପକାଉଥିବାବେଳେ ସେହି ଗ୍ରାମର କିଛି ବ୍ୟକ୍ତି ଏହାକୁ ବିରୋଧ କରିଥିଲେ । ମାଟି ମାଫିଆମାନେ ଅଭିଯୋଗକାରୀଙ୍କୁ ଆକ୍ରମଣ କରିଥିବା ନେଇ ଘଣ୍ଟେଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି। ଏଥିରେ କିଛି ନ୍ୟାୟ ନମିଳିବାରୁ ଘଣ୍ଟେଶ୍ୱର ଆରଆଇ ଅଫିସ ଆଗରେ ଅଭିଯୋଗକାରୀ ଧାରଣାରେ ବସିଥିଲେ ।

ଘଣ୍ଟେଶ୍ୱର ଆରଆଇ ଅଫିସକୁ ଆସିବା ବିଳମ୍ବ ଘଟିଥିବାରୁ ସେଠାରେ ହୋହାଲା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଅଭିଯୋଗକାରୀମାନଙ୍କ ବିରୋଧରେ ସେହି ଗ୍ରାମରେ କିଛି ଗ୍ରାମବାସୀ ପାଲଟା ଅଭିଯୋଗ ଆଣିବା ସହିତ ଘଣ୍ଟେଶ୍ୱର ଆରଆଇଙ୍କୁ ସେହି ସମାନ ସମସ୍ୟା ନେଇ ଏକ ଦାବିପତ୍ର ଦେଇଥିବା ଦେଖିବାକୁ ମିଳିଛି। ଏ ବିଷୟରେ ଆରଆଇଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିବା ବେଳେ ତହସିଲଦାରଙ୍କ ନାମ ନେଇ ସମ୍ପୃକ୍ତ ଆରଆଇ ଖସି ଯାଇଥିବା ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ କୈଣସି ସମାଧାନ ସମସ୍ୟା କରା ଯାଇ ନଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.