Masthead

ଓୱେସୀଙ୍କ ଘର ଉପରେ ଆକ୍ରମଣ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ନିଜର ବୟାନକୁ ନେଇ ସାରା ଦେଶରେ ବେଶ ଚର୍ଚ୍ଚାରେ ରହିଥାନ୍ତି ଅସାଦୁଦ୍ଦିନ ଓୱେସୀ । କେତେବେଳେ ଦେଶର ମୁସଲିମଙ୍କୁ ଏକଜୁଟ ହେବା ପାଇଁ କହୁଥିବା ବେଳେ ଆଉ କେତେବେଳେ ହିନ୍ଦୁଙ୍କୁ ନେଇ ବିଷ ଓଗାଳିଥାନ୍ତି । ଏହା ମଧ୍ୟରେ ଓୱେସୀଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ଭଙ୍ଗାରୁଜା ହୋଇଥିବାର କଥା ସାମ୍ନାକୁ ଆସିଛି । ଏହି ଆକ୍ରମଣ ପଛରେ ତଥାକଥିତ ହିନ୍ଦୁ ସେନା କର୍ମୀମାନେ ରହିଥିବାର ସୂଚନା ମିଳିଛି । ବାସଭବନରେ ସେମାନେ ଭଙ୍ଗାରୁଜା କରିବା ବେଳେ ବିଭିନ୍ନ ପ୍ରକାରର ଧାର୍ମିକ ନାରା ଦେଇଥିଲେ । କେବଳ ଏତିକି ନୁହେଁ ବରଂ ଓୱେସୀଙ୍କୁ ହତ୍ୟା କରିଥିବାକୁ ମଧ୍ୟ ଧମକ ଦେଇଥିବାର ଅଭିଯୋଗ ହୋଇଛି ।

ଏନେଇ ମାମଲା ରୁଜୁ ହେବା ପରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି । ସମ୍ପୃକ୍ତ ବ୍ୟକ୍ତିମାନେ ନିଜକୁ ହିନ୍ଦୁ ସେନାର ସଦସ୍ୟ ବୋଲି ଦାବି କରିଛନ୍ତି । ଅନ୍ୟପଟେ ଘଟଣା ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି । ତେବେ ଦୁନିଆକୁ କଠୋରତାବାଦର ପାଠ ପଢାଉଥିବା ପିଏମଓ ଇଣ୍ଡିଆ କହିବେ କି ମୋ ଘର ଉପରେ ଆକ୍ରମଣ କରିଥିବା ଲୋକଙ୍କୁ କିଏ କଠୋରପନ୍ଥୀ ଭାବରେ ଗଢିଲା ? ଯଦି ଏହି କଠୋରପନ୍ଥୀମାନଙ୍କୁ ଲାଗୁଛି ଯେ ସେମାନଙ୍କର ଏପରି କାଣ୍ଡ କାରନାମାରେ ଆମେ ଡରିଯିବୁ, ତା’ହାଲେ ସେମାନେ ଭୁଲ ଭାବୁଛନ୍ତି ।

 

ନ୍ୟାୟ ପାଇଁ ଆମର ଲଢେଇ ସବୁବେଳେ ଜାରି ରହିବ । ମୁଁ ଘରେ ନଥିବାବେଳେ ୧୩ ଜଣ ଲୋକ ହାତରେ କାଠ ଫାଳିଆ, କୁରାଢୀ ଧରି ଆସିଥିଲେ । ମୋ ଘରେ ସେମାନେ ଭଙ୍ଗା ରୁଜା କରିବା ସହ କେୟାର ଟେକର ରାଜୁଙ୍କୁ ମାଡ଼ ମାରିଥିଲେ । ସେମାନେ ବିଭିନ୍ନ ପ୍ରକାରର ଧାର୍ମିକ ନାରା ଦେଇ ମୋତେ ହତ୍ୟା କରିବାକୁ ଧମକ ଦେଇଛନ୍ତି । ସେମାନେ ମୋ ଘର ଉପରକୁ ପଥର ମାଡ଼ କରିବା ସହ ନାମ ଫଳକକୁ ନଷ୍ଟ କରିଦେଇଛନ୍ତି ବୋଲି ଓୱେସୀ ଟ୍ୱିଟ କରି କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼