Masthead

ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ର ୨ୟ ଦିନ, ୧୦ଟି ସେସନ ଉପରେ ହେବ ଆଲୋଚନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଉତ୍କର୍ଷ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ଦିନ । ସମ୍ମିଳନୀର ପ୍ରଥମ ଦିନରେ ଦେଶ ଓ ବିଦେଶର ବଡ ବଡ ଶିଳ୍ପପତିଙ୍କ କୋଟି କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ଭାବେ ଗଢିତୋଳିବାକୁ ବଳ ଦେଇଛି। ଏବେ ସୁଦ୍ଧା ବିଭିନ୍ନ ଶିଳ୍ପ ସଂସ୍ଥା ସହ ୫୪ଟି ଏମଓୟୁ ସ୍ବାକ୍ଷରିତ କରିଛନ୍ତି ରାଜ୍ୟ ସରକାର। ୪.୫ ଲକ୍ଷ କୋଟିର ନିବେଶ ପାଇଁ ଚୁକ୍ତି ହୋଇଛି। ପ୍ରଥମ ଦିନରେ ଆଦାନୀ ଗ୍ରୁପ ସର୍ବାଧିକ ନିବେଶ ପାଇଁ ହଁ ଭରିଛି। ଓଡ଼ିଶାରେ ଆଦାନୀ ଗ୍ରୁପ୍ ୨ ଲକ୍ଷ ୨୮ ହଜାର କୋଟିର ନିବେଶ କରିବ। ଗୋପାଳପୁର ଓ ଧାମରା ବନ୍ଦର ସମ୍ପ୍ରସାରଣ କରିବ ଆଦାନୀ ଗ୍ରୁପ୍। ସେହିପରି କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ କରିବ ଜେଏସଡବ୍ଲୁ।

ଏଠାରେ ୫ ମିଲିଅନ ଟନ୍ ଷ୍ଟିଲ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାର ଶିଳ୍ପ ଅନୁକୂଳ ଥିବା ପ୍ରତି ଜିଲ୍ଲାରେ ଗଢିଉଠିବ ନୂଆ ନୂଆ ଶିଳ୍ପ । ଏଥିପାଇଁ ବିଭିନ୍ନ ପ୍ରକଳ୍ପରେ ଓଡ଼ିଶାରେ ୧ ଲକ୍ଷ କୋଟିର ନିବେଶ କରିବ ବେଦାନ୍ତ ଗ୍ରୁପ୍। ସେହିପରି ପଶ୍ଚିମ ଓଡ଼ିଶାରେ ୫୦ ହଜାର କୋଟି ନିବେଶ କରି ବିର୍ଲା ଗ୍ରୁପ୍ କପର ବଏଲ ପ୍ଲାଣ୍ଟ କରିବ। ଜେଏସପିଏଲ ୭୦ ହଜାର କୋଟିର ନିବେଶ ପାଇଁ ଏମଓୟୁ କରିଛି। ଉତ୍କର୍ଷ ଓଡ଼ିଶା କନକ୍ଲେଭରୁ ୫ ଲକ୍ଷ କୋଟି ଟଙ୍କାର ନିବେଶ ଆଶା ରଖିଛି ଓଡ଼ିଶା। ସମ୍ମିଳନୀର ପ୍ରଥମ ଦିନରେ ନିବେଶ ପାଇଁ ସାଢେ ୪ ଲକ୍ଷ କୋଟି ଟଙ୍କାର ଏମଓୟୁ ସରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର