Masthead

ମନମୋହନଙ୍କୁ ମୋଦିଙ୍କ ମନ୍ତ୍ର, ରାଜ୍ୟ ବିଜେପି ଉତ୍ସାହିତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ବିଜେପି ବେଶ୍ ଖୁସ୍ । ନୂଆ ରାଜ୍ୟ ସଭାପତି ସାଙ୍ଗକୁ କେନ୍ଦ୍ରୀୟ ନେତାଙ୍କ ଗୁରୁମନ୍ତ୍ର ଦଳୀୟ ନେତାଙ୍କୁ କରିଛି ଉତ୍ସାହିତ । ଲକ୍ଷ୍ୟ ୨୦୨୪ ନିର୍ବାଚନ । ତେଣେ ବିଜେଡି କହିଛି କିଛି ଫଋଳ ପଡିବନି । ଆଉ କଂଗ୍ରେସ କହିଛି କିଛି ଲାଭ ହେବନି ।  ଓଡ଼ିଶା ବିଜେପି ଖୁବ୍ ଉତ୍ସାହିତ । ଦିଲ୍ଲୀରୁ ଫେରି ରାଜ୍ୟରେ ସରକାର ଗଢ଼ିବା ନେଇ ଆହ୍ବାନ ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । କହିଛନ୍ତି କେନ୍ଦ୍ର ନେତୃତ୍ୱ ସିରିୟସ୍ ଅଛନ୍ତି । ଓଡିଶାରେ ସରକାର କରିବା ପାଇଁ ସହଯୋଗ ଦେବେ ବୋଲି କେନ୍ଦ୍ରୀୟ ନେତାମାନେ ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ରରେ ପୁଣି ବିଜେପି ସରକାର କରିବ ।

ରାଜ୍ୟରେ ଡବଲ ଇଞ୍ଜିନ ସରକାର ଲକ୍ଷ୍ୟ । ୫୧ ପ୍ରତିଶତରୁ ଅଧିକ ଭୋଟ ପାଇଁ ଟାର୍ଗେଟ ରହିଛି । ୫୧ ପ୍ରତିଶତରୁ ଅଧିକ ଭୋଟ ମିଳିଲେ ସରକାର ହୋଇଯିବ । ବିଜେପିକୁ କ୍ଷମତାରୁ ରୋକିବା ପାଇଁ ବିଜେଡି ଅପପ୍ରଚାର କରୁଛି ।   ବିଜେଡି କହିଛି କିଛି ଫରକ ପଡିବ ନାହିଁ । ୨୦୨୪ ରେ ଦଳର ଭୋଟ ପ୍ରତିଶତ ବଢିବ । ମୁଖ୍ୟମନ୍ତ୍ରୀଙ୍କ ଉପରେ ଓଡ଼ିଶାବାସୀଙ୍କର ଭରସା ଅଛି । ପଞ୍ଚମ ଥର ଶାସନ କ୍ଷମତା ଦେଇଛନ୍ତି । ପ୍ରତିଥର ଅଧିକ ଭୋଟ ଦେଉଛନ୍ତି। ଷଷ୍ଠ ଥର ଭୋଟ ପ୍ରତିଶତ ଆହୁରି ବଢିବ। ସେପଟେ କଂଗ୍ରେସ କହିଛି ଆମେ ୯ରୁ ୯୦ ମିଶନରେ କାର୍ଯ୍ୟ କରୁଛୁ ।  ୨୦୨୪ ନିର୍ବାଚନ ପାଇଁ ବିଜେପି ଶିବିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ବିଜେଡି ସାମ୍ନା କରିବାକୁ ପୂର୍ଣ୍ଣ ପ୍ରସ୍ତୁତ । ତେଣେ କଂଗ୍ରେସରେ ଚାଲିଛି ମାନଓ ମନ୍ଥନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ‘ତଥାପି’ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ‘ତଥାପି’ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ