Masthead

ଆବାସ ଯୋଜନାରୁ ବଞ୍ଚିତ ଗରିବ ଦମ୍ପତି

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ସମସ୍ତଙ୍କ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ମୌଳିକ ଆବଶ୍ୟକତା ଅଟେ । ଏହାକୁ ବାଦ ଦେଲେ ମଣିଷ ଚଳିବା କଷ୍ଟସାଧ୍ୟ । ଏହି ପରିପ୍ରେକ୍ଷୀରେ ଆର୍ଥିକ ଅନଗ୍ରସର ଲୋକମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଆବାସ ଆଦି ବହୁ ଜନହିତକର ଯୋଜନା ପ୍ରଣୟନ କରିଛନ୍ତି । ଏଥିପାଇଁ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଇ ଖର୍ଚ୍ଚ କରାଯାଉଛି । ହେଲେ କେଉଁଠି ନା କେଉଁଠି ତ୍ରୁଟି ଯୋଗୁ ଏହି ଯୋଜନାଗୁଡିକ ବାସ୍ତବରେ ବାଟବଣା ହୋଇ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁ ନାହିଁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳରେ ।

ବେଣୁଧର ସାହୁ, ବୟସ ପ୍ରାୟ ୫୬ । ପର ଦୋକାନରେ ଅଇଁଠା ପ୍ଲେଟ ଓ ଚା ଗ୍ଲାସ ଧୋଇଲେ ପେଟକୁ ଦାନା ଯାଇଥାଏ । ସେପଟେ ସେ ଫାଇଲେରିଆ ଆକ୍ରାନ୍ତ । ତାଙ୍କ ସ୍ତ୍ରୀ ବାସନ୍ତୀ ମଧ୍ୟ ପରଘରେ ବାସନ ମାଜନ୍ତି । ବାତ୍ୟା ୟାଶରେ ତାଙ୍କର ଚାଳ ଛପର ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଦେଖିବାକୁ ମିଳୁଛି।ସରକାରୀ ଅଧିକାରୀ ପାଲ ଓ ୬୦୦୦ ଟଙ୍କା ଦେଇ କାମ ସାରି ଦେଇଛନ୍ତି । ସରକାରୀ ସୁବିଧା କହିଲେ କେବଳ ରାସନକାର୍ଡ ଓ ଭତ୍ତା ମିଳିଛି । ଏହି ଦମ୍ପତି ଏବେ ପରଘରେ ଆଶ୍ରୟ ନେଉଛନ୍ତି। ଓଳିଏ ଖାଇଲେ ଆର ଓଳି ଉପବାସ । ଯଦି ସରକାର ଏହି ଦମ୍ପତିଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବା ସହ ତାଙ୍କର ଗୋଡ଼ ଭଲ ହେବା ପାଇଁ ଉତ୍ତମ ଚିକିତ୍ସା ଯୋଗାଇ ଦିଅନ୍ତେ ତେବେ ଏହି ଦମ୍ପତିଙ୍କ ଦିନ ଭଲରେ କଟିପାରନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି