ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ରାଜ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ପାଇଲେ ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ମହାନ୍ତି । ଆଜି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବାଭାଗ ଦ୍ବାରା ଏକ ବିଜ୍ଞପ୍ତି ପ୍ରକାଶ କରି ଏହି ସୂଚନା ଦିଆଯାଇଛି । ଗତବର୍ଷ ଅଗଷ୍ଟ ମାସରେ ଶ୍ରୀ ମହାନ୍ତି ଦୈନିକ ସମ୍ବାଦପତ୍ର ‘ସମାଜ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ପଦରୁ ଅବସର ନେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା କମିଟିର ସୁପାରିଶ ଆଧାରରେ ଶ୍ରୀ ମହାନ୍ତିଙ୍କୁ ଏହି ନୂଆ ଦାୟୀତ୍ବ ଦିଆଯାଇଛି । ଦୀର୍ଘବର୍ଷ ଧରି ସାମ୍ବାଦିକତା ସହ ଜଡ଼ିତ ଥିବା ଶ୍ରୀ ମହାନ୍ତି କ୍ରୀଡ଼ା ସାମ୍ବାଦିକ ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ।