ରାଜଧାନୀରେ ବ୍ୟାପୁଛି ଡେଙ୍ଗୁ, ଲୋକ ସଚେତନ ହେଲେ ରୋଗ ନିୟନ୍ତ୍ରଣକୁ ଆସିବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗତ ୨୪ ଘଣ୍ଟାରେ ପୁଣି ୪୦ରୁ  ଉର୍ଦ୍ଧ୍ବ ରୋଗୀ ଚିହ୍ନଟ ହୋଇଛନ୍ତି । ମୋଟ ରୋଗୀ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୭୦୦ ମୁହାଁ ହୋଇଛି । ଜୟଦେବବିହାର, ନୟାପଲ୍ଲୀ, ୟୁନିଟ୍ ୯ ଅଞ୍ଚଳରେ ରୋଗୀ ସଂଖ୍ୟା ବୃଦ୍ଧିପାଇଛି । ଏନେଇ ମେୟର ସୁଲୋଚନା ଦାସ ଏକ ଭଡିଓ ମାଧ୍ୟକରେ ଲୋକଙ୍କୁ ଭୟଭିତ ନହେବାକୁ ବାର୍ତ୍ତା ଦେଇଛନ୍ତି । ଏହା ସହିତ ସେ ବିଏମସି ସହ ହାତ ମିଶାଇବା ପାଇଁ ପରାମର୍ଶ ଦେଇଛନ୍ତି । କହିଛନ୍ତି ଗୋଷ୍ଠୀ ସହଭାଗିତା ହିଁ ରାଜଧାନୀମୁ ଡେଙ୍ଗୁ ମୁକ୍ତ କରିପାରିବ ।

ସେପଟେ ଭୁବନେଶ୍ୱର ମହାନଗର ନିଗମ ବିଏମସି ପକ୍ଷରୁ ଡେଙ୍ଗୁ ପ୍ରବାହିତ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଏହା ନିୟନ୍ତ୍ରଣକୁ ଆସୁନାହିିଁ । କ୍ୟାପିଟାଲ ମେଡିକାଲରେ ବର୍ତ୍ତମାନ ୩୦ରୁ ଅଧିକ ରୋଗର ଚିକିତ୍ସାଧୀନ ଅଛନ୍ତି । ଏପର୍ଯ୍ୟନ୍ତ ୪୩୦ରୁ ଉର୍ଦ୍ଧ୍ବ ଡେଙ୍ଗୁ ରୋଗୀଚିକିତ୍ସିତହୋଇଥିବାବେଳେ ପ୍ରାୟ ୪୦୦ ସୁସ୍ଥ ହେଲେଣି । ଦୈନିକ ୫୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି ।ଅନ୍ୟପକ୍ଷରେ ରାଜ୍ୟର ମୋଟ ଡେଙ୍ଗୁ ଆକ୍ରାନ୍ତଙ୍କ ପ୍ରାୟ ୬୦% ରାଜଧାନୀ ରୁ ରହିଛନ୍ତି । ।ଯେଉଁଠି ଜୁଲାଇ ଶେଷ ସପ୍ତାହରେ ସଂକ୍ରମଣ ହାର ୧୦ରୁ ୨୦ ଭିତରେ ରହୁଥିଲା, ସେଠି ଏବେ ଏହା ଦ୍ୱିକୁଣିତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ