Masthead

ରାଜଧାନୀରେ ବ୍ୟାପୁଛି ଡେଙ୍ଗୁ, ଲୋକ ସଚେତନ ହେଲେ ରୋଗ ନିୟନ୍ତ୍ରଣକୁ ଆସିବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗତ ୨୪ ଘଣ୍ଟାରେ ପୁଣି ୪୦ରୁ  ଉର୍ଦ୍ଧ୍ବ ରୋଗୀ ଚିହ୍ନଟ ହୋଇଛନ୍ତି । ମୋଟ ରୋଗୀ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୭୦୦ ମୁହାଁ ହୋଇଛି । ଜୟଦେବବିହାର, ନୟାପଲ୍ଲୀ, ୟୁନିଟ୍ ୯ ଅଞ୍ଚଳରେ ରୋଗୀ ସଂଖ୍ୟା ବୃଦ୍ଧିପାଇଛି । ଏନେଇ ମେୟର ସୁଲୋଚନା ଦାସ ଏକ ଭଡିଓ ମାଧ୍ୟକରେ ଲୋକଙ୍କୁ ଭୟଭିତ ନହେବାକୁ ବାର୍ତ୍ତା ଦେଇଛନ୍ତି । ଏହା ସହିତ ସେ ବିଏମସି ସହ ହାତ ମିଶାଇବା ପାଇଁ ପରାମର୍ଶ ଦେଇଛନ୍ତି । କହିଛନ୍ତି ଗୋଷ୍ଠୀ ସହଭାଗିତା ହିଁ ରାଜଧାନୀମୁ ଡେଙ୍ଗୁ ମୁକ୍ତ କରିପାରିବ ।

ସେପଟେ ଭୁବନେଶ୍ୱର ମହାନଗର ନିଗମ ବିଏମସି ପକ୍ଷରୁ ଡେଙ୍ଗୁ ପ୍ରବାହିତ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଏହା ନିୟନ୍ତ୍ରଣକୁ ଆସୁନାହିିଁ । କ୍ୟାପିଟାଲ ମେଡିକାଲରେ ବର୍ତ୍ତମାନ ୩୦ରୁ ଅଧିକ ରୋଗର ଚିକିତ୍ସାଧୀନ ଅଛନ୍ତି । ଏପର୍ଯ୍ୟନ୍ତ ୪୩୦ରୁ ଉର୍ଦ୍ଧ୍ବ ଡେଙ୍ଗୁ ରୋଗୀଚିକିତ୍ସିତହୋଇଥିବାବେଳେ ପ୍ରାୟ ୪୦୦ ସୁସ୍ଥ ହେଲେଣି । ଦୈନିକ ୫୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି ।ଅନ୍ୟପକ୍ଷରେ ରାଜ୍ୟର ମୋଟ ଡେଙ୍ଗୁ ଆକ୍ରାନ୍ତଙ୍କ ପ୍ରାୟ ୬୦% ରାଜଧାନୀ ରୁ ରହିଛନ୍ତି । ।ଯେଉଁଠି ଜୁଲାଇ ଶେଷ ସପ୍ତାହରେ ସଂକ୍ରମଣ ହାର ୧୦ରୁ ୨୦ ଭିତରେ ରହୁଥିଲା, ସେଠି ଏବେ ଏହା ଦ୍ୱିକୁଣିତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା