ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କ ଦିଲ୍ଲୀ ବାସଭବନ ଉପରକୁ ପଥର ମାଡ଼ । ରବିବାର ବିଳମ୍ବିତ ରାତିରେ ଅସଦୁଦ୍ଦିନ ଓୱେସୀ ଘରେ ଦୁର୍ବୃତ୍ତମାନେ ପଥର ଫିଙ୍ଗିଥିବାର ଅଭିଯୋଗ ହୋଇଛି । ପଥର ଫିଙ୍ଗିବା ପରେ ଘରର ଝାରକା ଭାଙ୍ଗି ଯାଇଥିଲା। ଏହି ଘଟଣା ପରେ ପୋଲିସକୁ ସୂଚନା ଦେଇଥିଲେ ଅସଦୁଦ୍ଦିନ ଓୱେସୀ । ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଅଭିଯୋଗ କରିଛନ୍ତି ଯେ କିଛି ଅଜଣା ଦୁଷ୍କର୍ମକାରୀ ଦିଲ୍ଲୀ ବାସଭବନରେ ପଥର ଫିଙ୍ଗିଥିଲେ।
ଏହି ଘଟଣାର ସୂଚନା ପାଇବା ପରେ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ଦିଲ୍ଲୀ ପୋଲିସର ଏକ ଟିମ୍ ଓୱେସୀଙ୍କ ଘରକୁ ଯାଇ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଥିଲେ। ୨୦୧୪ ପରଠାରୁ ଏହା ପ୍ରଥମ ଘଟଣା ନୁହେଁ ବୋଲି ଓୱେସୀ କହିଛନ୍ତି । ଏହାପୂର୍ଵରୁ ମଧ୍ୟ ଏହି ଘଟଣା ଘଟିଛି ବରଂ ଏହା ହେଉଛି ଚତୁର୍ଥ ଆକ୍ରମଣ। । ଅପରାଧୀଙ୍କୁ ତୁରନ୍ତ ଧରାଯିବା ସହ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।