Masthead

ଲଳିତଗିରିରେ ବିଜେଡିର ଦୁର୍ଗ ପତ୍ତନ, ଦଳ ଛାଡି ସାରଦାଙ୍କୁ ଦେଲେ ସମର୍ଥନ

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ମାହାଙ୍ଗାରେ ଭୋଟ ପ୍ରଚାର କରି ଫେରିବାର ୬ ଘଣ୍ଟା ବିତିଛି କି ନାହିଁ ବିଜେଡିରୁ ଇସ୍ତଫାର ସୁଅ ଛୁଟିବା ଦେଖିବାକୁ ମିଳିଛି । ଲଳିତଗିରି ପଞ୍ଚାୟତର ସମିତିସଭ୍ୟ ଧ୍ରୁବ ଚରଣ ସାମଲ ଏବଂ ଯୁବ ନେତା ସନ୍ଦୀପ ସିଂଙ୍କ ନେତୃତ୍ୱରେ ୨୫ରୁ ବିଜେଡିର ଛାମୁଆଁ ସଂଗଠକ ଏବଂ ସେମାନଙ୍କ ସହିତ ଶହଶହ ଅନୁଗତ ଦଳ ତ୍ୟାଗକରି ସ୍ୱାଧୀନ ପ୍ରାର୍ଥୀ ସାରଦା ପ୍ରଧାନଙ୍କ ସହିତ ସାମିଲ ହେବା ଦେଖିବାକୁ ମିଳିଛି ।

ବିଧାୟକ ପ୍ରତାପ ଜେନାଙ୍କୁ ତୀବ୍ର ବିରୋଧ କରିବା ସହିତ ତାଙ୍କ ପୁଅ ବିଜେଡିର ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ଉଚିତ ଜବାବ ଦେବାକୁ ସନ୍ଦୀପ ଆହ୍ୱାନ ଦେଇଛନ୍ତି । ଲଳିତଗିରିର ସମିତି ସଭ୍ୟ ଓ ତାଙ୍କ ଅନୁଗତମାନେ ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିବା ଦେଖିବାକୁ ମିଳିଥିଲା । ଲୋକେ ଶାସକ ଦଳ ଉପରେ ଭରସା ନକରିବାରୁ ବିଜେଡି ବହୁ ଭୋଟ ହରାଇବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’