ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବରିଷ୍ଠ ବିଜେପି ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ଘରକୁ ପଥରମାଡ଼ । ଶିବମୋଗାର ଶିକାରୀପୁରସ୍ଥିତ ବାସଭବନ ଉପରେ ଟେକାପଥର ମାଡ଼ ହୋଇଛି । ସଂରକ୍ଷଣ ପ୍ରସଙ୍ଗକୁ ବିରୋଧ କରୁଥିବା ବଞ୍ଜାରା ସମ୍ପ୍ରଦାୟର ଲୋକେ ତାଙ୍କ ଘର ଉପରକୁ ପଥର ଫିଙ୍ଗିଥିଲେ । ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ପୁଲିସ ଲାଠିଚାଳନା କରିଥିବା ଜଣାଯାଇଛି ।
କର୍ଣ୍ଣାଟକରେ ୨୦୨୩ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି । ଅନୁସୂଚିତ ଜାତି/ଜନଜାତି ସମ୍ପ୍ରଦାୟକୁ ଦିଆଯାଇଥିବା ଆଭ୍ୟନ୍ତରୀଣ ସଂରକ୍ଷଣକୁ ନେଇ ବଞ୍ଜାରା ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।