ଇତିହାସ ରଚିଲେ ଭାରତର ଝିଅ ସ୍ୱାତୀ ମୋହନ

ନୂଆଦିଲ୍ଲୀ (ବଡ଼ ଖବର): ଇତିହାସ ରଚିଲେ ଭାରତର ଝିଅ ସ୍ୱାତୀ ମୋହନ । ଆମେରିକାର ସଫଳତା ପଛରେ ଭାରତୀୟ-ଆମେରିକୀୟ ସ୍ୱାତୀ ମୋହନଙ୍କ ରହିଛି ବିଶେଷ ଅବଦାନ । ଆମେରିକାର ଅନ୍ତରିକ୍ଷ ଏଜେନ୍ସି ନାସା ନିଜ ଜ୍ଞାନ କୌଶଳରେ ପ୍ରସ୍ତୁତ ପର୍ସିଭରେନ୍ସ ରୋଭରକୁ ସଫଳତାର ସହ ଜୋଜୋରା କ୍ରାଟରରେ ଅବତରଣ କରିଛି । ୭ ମାସର ଯାତ୍ରା ପରେ ରାତି ୩ଟା ୫୫ରେ ଏହା ମଙ୍ଗଳର ଏକ ଦୁର୍ଗମ ଅଞ୍ଚଳରେ ଓହ୍ଲାଇଛି ।

ସ୍ୱାତୀ ଏହି ମିଶନ୍‌ରେ ଭର୍ଚୁଆଲ୍‌ ମାଧ୍ୟମରେ ନେତୃତ୍ୱ ନେଇଥିଲେ । ରୋଭର୍‌ ଲ୍ୟାଣ୍ଡିଂ ସମୟରେ ସେ କଠିନ ପରିସ୍ଥିତିର ସାମ୍ନା କରିଥିଲେ । ସଫଳ ଲ୍ୟାଣ୍ଡିଂ ପରେ ସ୍ୱାତୀ ନାସାର ମୁଖ୍ୟାଳୟରେ କହିଛନ୍ତି ଯେ, ଟଚ୍‌ଡାଉନ୍‌ ପର୍ଫମ ହୋଇଯାଇଛି । ପର୍ସିଭରେନ୍ସ ସଫଳତା ପୂର୍ବକ ମଙ୍ଗଳ ଗ୍ରହକୁ ଛୁଇଁଛି । ଏବେ ବଞ୍ଚିଥିବା ଜୀବନ ସମ୍ପର୍କରେ ଏହା ଖୋଜିବା ଆରମ୍ଭ କରିବ । କମ ବୟସରେ ସେ ଷ୍ଟାର ଟ୍ରେକର ସରିଜକୁ ନେଇ ଖୁବ ପ୍ରଭାବିତ ହୋଇଥିଲେ ।

ସେ କର୍ଣ୍ଣଲ ୟୁନିଭର୍‌ସିଟିରୁ ମେକାନିକାଲ୍‌ ଇଞ୍ଜିନିୟରିଂରେ ବିଏସି ପରେ ସେ ଏରୋନେଟିକ୍ସରେ ଏମଏସ ଏବଂ ଏମଆଇଟିରୁ ପିଏଚଡି କରିଥିଲେ । ଏହି ରୋଭର ମାଟି ତଳେ ପାଣିର ସନ୍ଧାନ ଓ ଜୀବନ ସନ୍ଧାନ ଏବଂ ତତ୍ ସମ୍ବନ୍ଧିତ ଅନୁସନ୍ଧାନ କରିବ । ଏହି ରୋଭର ମଙ୍ଗଳରେ ୧୦ ବର୍ଷ କାମ କରିପାରିବ । ଏଥିରେ ରୋଭରର ୧୦ ଫୁଟ ବିଶିଷ୍ଟ ରୋବୋଟିକ ବାହୁ, ୨୩ ଟି କ୍ୟାମେରା ରହିଥିବା ନାସା କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!