Masthead

ବ୍ଲାଷ୍ଟିଂ ବନ୍ଦ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ

ଦଶପଲ୍ଲା, (ବଡ଼ ଖବର ବ୍ୟୁରୋ): ପଥର ବ୍ଲାଷ୍ଟିଂରେ ଥରୁଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ତୋଣ୍ଡାବାଡ଼ି ପଞ୍ଚାୟତର ୪ ଗାଁ । ପ୍ରାୟ ଦୁଇ ହଜାର ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଶୁଣୁନାହିଁ । ବାଧ୍ୟ ହୋଇ ଗାଁ ଲୋକେ ଶାନ୍ତିପୂର୍ଣ୍ଣ ଆନ୍ଦୋନକୁ ଆପଣେଇଛନ୍ତି । ପଥର ବ୍ଲାଷ୍ଟିଂକୁ ବିରୋଧ କରି ଆଜି ବ୍ଲାଷ୍ଟିଂ ୟୁନିଟ ସମ୍ମୁଖରେ ଧରଣାରେ ବସିଛନ୍ତି ଗାଁ ଲୋକ । ସୂଚନା ଅନୁଯାୟୀ ତୋଣ୍ଡାବାଡ଼ି ପଞ୍ଚାୟତର ପଙ୍କଳସାହି ମଳିକ ପାହାଡ଼କୁ ଣ.ୠ.ଉ ନାମକ ଏକ ଘରୋଇ କମ୍ପାନି ଲିଜ ନେଇ ପଥର ବ୍ଲାଷ୍ଟିଂ କରୁଛି । ବ୍ଲାଷ୍ଟିଂର ପ୍ରବଳ ଶବ୍ଦରେ ପକ୍କାଘର ନଷ୍ଟ ହେବା ସହ କଚ୍ଚାଘରଗୁଡ଼ିକ ଭୁଶୁଡ଼ି ପଡୁଥିବା ଅଭିଯୋଗ ହୋଇଛି । ଏନେଇ ବାରମ୍ବାର ପ୍ରଶାସନ ନିକଟରେ ଗୁହାରୀ କଲେ ମଧ୍ୟ କେହି ଶୁଣୁନଥିବା କହିଛନ୍ତି ଗ୍ରାମବାସୀ । ଖବର ପାଇ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ଲୋକେ ଧାରଣାରେ ବସିଛନ୍ତି । ପଥର ବ୍ଲାଷ୍ଟିଂ ବନ୍ଦ ନହେବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ