Masthead

କଅଁଳ ବୟସରେ ସସାଂର ବୋଝ

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): ଗରିବ କଲ୍ୟାଣ ପାଇଁ ସରକରୀ ତହବିଲରୁ ଖର୍ଚ୍ଚ ହେଇଛି କୋଟି କୋଟି ଟଙ୍କା । କିନ୍ତୁ ସରକାରୀ ବାବୁଙ୍କ ଉଦାସୀନତାରୁ ପ୍ରକୃତ ଲୋକ ଏହି ସୁବିଧାରୁ ବଞ୍ଚିତ । ଏଭଳି ଘଟଣା ଘଟିଛି ସୁକିନ୍ଦା ବ୍ଲକ ପିମ୍ପୁଡ଼ିଆ ପଞ୍ଚାୟତ ନୁଆଡ଼ିହ ଗାଁରେ । ଅର୍ଥ ଅଭାବରୁ ଚିକିତ୍ସା ନପାଇ ଜଣେ ଅସହାୟ ମହିଳା ଏବେ ଶଯ୍ୟାଶାୟୀ । କିଡ଼ିନ ରୋଗରେ ସେ ହେଉଛନ୍ତି ଛଟପଟ ।

ଅର୍ଥ ଅଭାବରୁ ଚିକିତ୍ସା ନପାଇ ସାତମାସ ତଳେ କଡିନି ରୋଗରେ ସ୍ୱାମୀ ଚାଲିଯିବା ପରେ ଏକମାତ୍ର ଝିଅ ସୀମା ସହ ଭାଗ୍ୟକୁ ଆଦରି ଭଙ୍ଗା ଦଦରା ଘରେ ପଡ଼ି ରହିଛନ୍ତି ଅହଲ୍ୟା । ରହିବା ପାଇଁ ନାଁ ଅଛି ଘର, ନା ମିଳୁଛି ଭତ୍ତା । ସରକାରୀ ଯୋଜନା ସତେ ଯେମିତି ଏମାନଙ୍କ ପାଇଁ ଉପହାସ ପାଲଟିଛି । ଏତିକିରେ ଦଇବ ସହିଲାନି । ଦୁର୍ବଳ ଶରୀରରେ ମଧ୍ୟ ପରଘରେ ମୂଲ ଲାଗୁଥିବା ଅହଲ୍ୟାଙ୍କୁ ମାଡ଼ି ବସିଲା ରୋଗ । ଏବେ ରୋଗୀଣା ମାଆର ପୂରା ଦାୟିତ୍ୱ ସୀମା ଉପରେ । ମାଆ-ଝିଅଙ୍କ ପେଟକୁ ଦାନା ମିଳୁନି । ସୀମା ପାହାଡ଼ରୁ କାଠ ଆଣି ବିକ୍ରି କରନ୍ତି । ଯେତିକି ରୋଜଗାର ହୁଏ, ମାଆ-ଝିଅଙ୍କ ପେଟକୁ ଦାନା ଯୋଗାଇବା ପାଇଁ ନଅଣ୍ଟ । ଏମିତିରେ ସରକାରୀ ସହାୟତାକୁ ଚାତକ ଭଳି ଚାହିଁ ରହିଛନ୍ତି ଉଭୟେ ମାଆ-ଝିଅ । ଏନେଇ ସୁକିନ୍ଦା ବିଡିଓଙ୍କୁ ପଚାରିବାରୁ ଅହଲ୍ୟାଙ୍କୁ ବିଧବା ଭତ୍ତା ସହ ଆବସ ଯୋଗାଇ ଦେବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି । ବିଡିଓ କେବେ ତାଙ୍କ ପ୍ରତିଶ୍ରୁତି ପାଳନ କରୁଛନ୍ତି ‘ବଡ଼ ଖବର’ ଅପେକ୍ଷା କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା