Masthead

ପୁରୀ ସିଂହଦ୍ୱାର ଆଗରେ ସେବାୟତଙ୍କ ଧାରଣା

ପୁରୀ(ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର ଖୋଲିବା ଦାବିରେ ସିଂହଦ୍ୱାର ସମ୍ମୁଖରେ ଧାରଣା ଦେଲେ ସେବାୟତ । ଯଦି ମନ୍ତ୍ରୀ ଓ ବିଧାୟକଙ୍କ ପାଇଁ କୋଭିଡ଼ କଟକଣା ନାହିଁ, ତେବେ ସାଧାରଣ ଭକ୍ତଙ୍କ ପାଇଁ କାହିଁକି ଶ୍ରୀମନ୍ଦିରକୁ ବନ୍ଦ ରଖାଯାଇଛି ବୋଲି ସେବାୟତମାନେ ପ୍ରଶ୍ନ କରିଛନ୍ତି । ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ଦାମଦୋର ମହାସୁଆରଙ୍କ ନେତୃତ୍ୱରେ ଭକ୍ତଙ୍କ ପାଇଁ ଏହି ଧାରଣା ଚାଲିଛି । କରୋନା କଟକଣା ଭିତରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟରେ ଯଦି ମନ୍ତ୍ରୀ, ବିଧାୟକଙ୍କ ସହ ଶହ ଶହ ଲୋକ ଯୋଗଦେଇପାରିଲେ, ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କୁ କାହିଁକି ବାରଣ କରାଯାଇଛି ବୋଲି ଦାମୋଦର ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୪ ପର୍ଯ୍ୟାୟରେ ସେବାୟତଙ୍କୁ ଦିଆଯାଇଥିବା ୫ହଜାର ଲେଖାଏଁ ଟଙ୍କା ପରିବାର ଚଳାଇବା ପାଇଁ ଯଥେଷ୍ଠ ନୁହେଁ । ଶ୍ରୀମନ୍ଦିର ୪ଦୁଆରେ ଡାକ୍ତର ନିଯୁକ୍ତି କରି ୫୦ଜଣ ଲେଖାଏଁ ଭକ୍ତଙ୍କୁ ଶ୍ରୀଜିଉଙ୍କ ଦର୍ଶନ ଲାଗି ଛାଡିବା ପାଇଁ ସେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର