Masthead

ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଘରକୁ ଛାତ୍ର କଂଗ୍ରେସର ଅଣ୍ଡା ମାଡ଼

ରାଜନଗର (ବଡ଼ ଖବର ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଘରକୁ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡା ମାଡ଼ କରାଯାଇଛି। ଏଥିସହ ତାଙ୍କର କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଛି। ଏହା ପୂର୍ବରୁ ଗତ ୫ ତାରିଖରେ ଦଳ ପକ୍ଷରୁ ରାଜନଗରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ହେଲେ ବିଧାୟକଙ୍କ ଇଙ୍ଗିତରେ କିଛି ଲୋକ ସମ୍ପୃକ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିଦେଇଥିଲେ। ଏପରିକି ଆଇନକୁ ମଧ୍ୟ ହାତକୁ ନେବାକୁ ଚେଷ୍ଟା କରିଥିଲେ ବୋଲି ଛାତ୍ର କଂଗ୍ରେସ ଅଭିଯୋଗ ଆଣିଛି।

ରାଜନଗରରେ ଧ୍ରୁବ ଯେଉଁ ଗୁଣ୍ଡାଗିରି କରିଛନ୍ତି ତାର ଜବାବ ଭୁବନେଶ୍ୱରରେ ଦିଆଯିବ ବୋଲି କହିଛି କଂଗ୍ରେସ। ଏପରିକି ଆଗକୁ ହେବାକୁ ଥିବା ବିଧାନସଭା ଅଧିବେଶନରେ ତାଙ୍କୁ ବିଧାନସଭାରେ ପଶିବାକୁ ଦିଆଯିବ ନାହିଁ । ସମସ୍ତ ସ୍ଥାନରେ ତାଙ୍କୁ ଜୋରଦାର ବିରୋଧ କରାଯିବା ସହ କାଳିମାଡ କରିବ ବୋଲି ଚେତାଇ ଦେଇଛି ଛାତ୍ର କଂଗ୍ରେସ । ଭିତରକନିକା ଜଙ୍ଗଲ ଜମିରେ ଗଢି ଉଠିଥିବା ଏକ ନିର୍ଦ୍ଦିଷ୍ଟ ହୋଟେଲରେ ଧ୍ରୁବଙ୍କ ପୃଷ୍ଠପୋଷକତା ରହିଥିବା ଅଭିଯୋଗ ଆଣି ପୂର୍ବରୁ ରାଜନଗରରେ ବିକ୍ଷୋଭ କରିଥିଲା ଛାତ୍ର କଂଗ୍ରେସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି