Masthead

ମଧ୍ୟାହ୍ନ ଭୋଜନର ବିକଳ ଚିତ୍ର

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ମଧ୍ୟାହ୍ନ ଭୋଜନରୁ ତରକାରୀ ଗାୟବ । କୁନି ଛାତ୍ରଛାତ୍ରୀ ଖାଉଛନ୍ତି ଶୁଖିଲା ଭାତ । ଅଣ୍ଡା ଅଛି ହେଲେ ତରକାରୀ ନାହିଁ । ଏ ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର । ରାଜ୍ୟ ଓ କେନ୍ଦ୍ର ସରକାର କୁନିକୁନି ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରାଇବା ପାଇଁ ମଧ୍ୟହ୍ନ ଭୋଜନର ବ୍ୟବସ୍ଥା କରାଇଛନ୍ତି । ଖାଲି ସେତିକି ନୁହେଁ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଉଛନ୍ତି । ଏଥିପାଇଁ ସମସ୍ତ ସ୍କୁଲ ମାନଙ୍କରେ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି । କିନ୍ତୁ ବାସ୍ତବ ଚିତ୍ର ପୂରା ଆଲଗା । କୁନିକୁନି ଛାତ୍ରଛାତ୍ରୀମାନଙ୍କ ମଧ୍ୟାହ୍ନ ଭୋଜନରେ ଥାଳିରୁ ତରକାରୀ ଗାୟବ । ଖାଲି ଭାତ ଖାଉଛନ୍ତି ଛାତ୍ରଛାତ୍ରୀ ।

ଭଗବତି ମହିଳା ମଣ୍ଡପ ମଧ୍ୟାହ୍ନ ଭୋଜନ ଦାଇତ୍ଵ ନେଇଥିବା ବେଳେ ଛାତ୍ରଛାତ୍ରୀମାନେ ତରକାରୀ ବଦଳରେ ଖାଲିଭାତ ଖାଉଥିବା ଅବିଭାବକ ମାନେ ଅଭିଯୋଗ କରିଛନ୍ତି । ଏହା ସହିତ ଅତି ନିମ୍ନମାନର ଖାଦ୍ୟ ସାମଗ୍ରୀ ସ୍କୁଲକୁ ଯୋଗାଇ ଦେଉଥିବା ଅଭିଯୋଗ ହୋଇଛି । ଯାହା ସ୍ୱାସ୍ଥ୍ୟ ପାଇଁ ଅହିତକର । ଫଳରେ ଛାତ୍ରଛାତ୍ରୀମାନଙ୍କ ଦେହ ଅସୁସ୍ଥ ହେବା ସହିତ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ପାରନ୍ତି ବୋଲି ଅବିଭାବକ ମାନେ ଅଭିଯୋଗ କରିଛନ୍ତି। ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଭଗବତି ମହିଳା ମଣ୍ଡଳ ସେକ୍ରେଟାରୀଙ୍କ ସ୍ୱାମୀ ଜଣେ ନିର୍ଦ୍ଦିଷ୍ଟ ଦଳର ନେତା ହୋଇଥିବାରୁ ସେ ଅବିଭାବକ ମାନଙ୍କୁ ନାଲିଆଖି ଦେଖାଉଛନ୍ତି । ଯଦି ଆଗାମୀ ଦିନରେ ଏହାର ସମାଧାନ କରା ନଯାଏ ତେବେ ମଧ୍ୟାହ୍ନ ଭୋଜନ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି