Masthead

ବିଶ୍ୱସ୍ତରୀୟ ହେବ ରାଜ୍ୟ ସଂଗ୍ରହାଳୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଶ୍ୱସ୍ତରୀୟ ହେବ ରାଜ୍ୟ ସଂଗ୍ରହାଳୟ । ଏଥିପାଇଁ ବିଭିନ୍ନ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହା ଖୁବଶୀଘ୍ର ଶେଷ ହେବ ବୋଲି ଜଣାପଡ଼ିଛି । ବିଶେଷକରି ନୂଆ ଗ୍ୟାଲେରୀ ସହିତ ଖାଲି ଥିବା ପଦବୀ ସବୁ ପୂରଣ ହେବ । ମିଳିଥିବା ସୂଚନା ଅନୁଯାୟୀ, ଖୁବଶୀଘ୍ର ସଂଗ୍ରହାଳୟରେ ୫ଟି ନୂଆ ଗ୍ୟାଲେରୀ ଖୋଳଇବା ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂଗ୍ରହାଳୟର ଉନ୍ନତି ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ।

ରାଜ୍ୟ ସଂଗ୍ରହାଳୟରେ ଥିବା ଆକର୍ଷଣୀୟ ଆଲୋକମାଳା ଏବଂ ଫାଟକ ସମ୍ନାରେ ଥିବା ଜଳଫୁଆରା ଉଭୟ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ବିମୋହିତ କରୁଛି । ରାଜ୍ୟ ସଂଗ୍ରହାଳୟରେ ମୋଟ୍ ୧୦୦ଟି ପଦବୀ ମଧ୍ୟରୁ ଏବେ ଅଧାରୁ ଅଧିକ ପଦବୀ ଖାଲି ପଡ଼ିଛି । ସେହିପରି ପୂର୍ବରୁ ନୌବାଣିଜ୍ୟ ଗ୍ୟାଲେରୀ ଖୋଲିଥିବା ବେଳେ ଚଳିତ ବର୍ଷ ଲଳିତକଳା ଏକାଡେମୀର ସୃଜନଶୀଳ ଆର୍ଟ ଗ୍ୟାଲେରୀ, ଗାନ୍ଧୀ ଗ୍ୟାଲେରୀ, ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ ଏବଂ ପଟ୍ଟଚିତ୍ର ଗ୍ୟାଲେରୀ ଖୋଲିବ । ସେହିପରି ପ୍ରତି ହୋଟେଲକୁ ଦିଆଯିବ ସଂଗ୍ରହାଳୟର କ୍ୟାଟଲଗ୍ । ଯାହାଦ୍ୱାରା ପର୍ଯ୍ୟଟକମାନେ ସଂଗ୍ରହାଳୟ ପ୍ରତି ଆକୃଷ୍ଟ ହେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ