Masthead

‘ଏଭଳି ଘଟଣା ସଭ୍ୟ ସମାଜ ପାଇଁ ଆଦୌ ଗ୍ରହଣୀୟ ନୁହେଁ’

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ପୁଣି ଜଳିଲା ମଣିପୁର । ଆସିଲା ବିଭତ୍ସ ଦୃଶ୍ୟ । ସାରା ଦେଶକୁ କରିଦେଇଛି ସ୍ତବ୍ଧ । କିଛି ଦିନର ବିରାମ ପରେ ପୁଣି କୁହୁଳିଛି ହିଂସା । ଏକ ସମ୍ପ୍ରଦାୟର ଦୁଇଜଣ ମହିଳାଙ୍କୁ ବିନା ପୋଷାକରେ ଖୋଲାଖୋଲି ଭାବେ ବୁଲାଇବା ଘଟଣା ସାରା ଦେଶକୁ ବିଚଳିତ କରିଛି । ସୁପ୍ରିମକୋର୍ଟ ମଧ୍ୟ ମାମଲାର ଗମ୍ଭୀରତାକୁ ଦେଖି ନିଜ ଆଡୁ ସଜ୍ଞାନ ନେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ମଣିପୁରରେ ଗତକାଲି ଦୁଇଜଣ ମହିଳାଙ୍କୁ ଉଲଗ୍ନ ହୋଇଥିବା ଭିଡିଓ ଦେଶବାସୀଙ୍କୁ ବ୍ୟାକୁଳ କରିଛି।

ଦେଶର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ ସରକାରଙ୍କୁ ଏହି ପ୍ରସଙ୍ଗରେ ପଦକ୍ଷେପ ନେବାକୁ କହିଛନ୍ତି। ଏହା ବ୍ୟତୀତ ପ୍ରଧାନ ବିଚାରପତି କହିଛନ୍ତି ଏଭଳି ଘଟଣା ସଭ୍ୟ ସମାଜ ପାଇଁ ଆଦୌ ଗ୍ରହଣୀୟ ନୁହେଁ । ଏହା ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ, ଯଦି ସରକାର ପଦକ୍ଷେପ ନ ନିଅନ୍ତି ତେବେ ଆମେ ଆକ୍ସନ ନେବୁ । ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବାବେଳେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି । ଆସନ୍ତା ସପ୍ତାହରେ ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଏହି ପ୍ରସଙ୍ଗରେ ସିଜେଆଇ ଚନ୍ଦ୍ରଚୁଡ କହିଛନ୍ତି, “ଏହି ଚିତ୍ରକୁ ଦେଖି ଆମେ ଆଶ୍ଚର୍ୟ୍ୟ ହୋଇଯାଇଛୁ। ହିଂସା ପ୍ରଭାବିତ ଅଞ୍ଚଳରେ ମହିଳାମାନେ ସାମଗ୍ରୀ ଭାବରେ ବ୍ୟବହୃତ ହେଉଥିଲେ। ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କ’ଣ ପଦକ୍ଷେପ ନିଆଯାଇଛି ତାହା ଆମକୁ ଜଣାଇବା ଉଚିତ।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ