Masthead

ବାଲୁକା କଳାରେ ଅମିତାଭଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

(ବଡ଼ ଖବର ବ୍ୟୁରୋ):   ଆଜି ହେଉଛି ବଲିଉଡର ଶେହେନଶାହା ଓରଫ ଅମିତା ବଚ୍ଚନଙ୍କ ଜନ୍ମଦିନ । ଏହି ଅବସରରେ ବାଲୁକା ଶିଳ୍ପି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ତାଙ୍କ ଚିତ୍ର ଆଙ୍କି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଏଥିରେ ଜନ୍ମଦିନରେ ଶୁଭେଚ୍ଛା ସିନିୟର ବଚ୍ଚନ ଜୀ ଲେଖିଛନ୍ତି । ସେ ଅମିତାଭଙ୍କ ସୁସ୍ଥ ଓ ଲମ୍ଭା ଜୀବନର କାମନା କରିଛନ୍ତି ।

ଅମିତାଭଙ୍କ ଜନ୍ମଦିନରେ ତାଙ୍କର ଫ୍ୟାନମାନେ ବିଳମ୍ବିତ ରାତିରେ ମୁମ୍ବାଇସ୍ଥିତ ବାସଭବନ ବାହାରେ ବିଗ ବିଙ୍କ ଜନ୍ମ ଦିନ ପାଳିଛନ୍ତି । କେକ କାଟି ଓ ବିଗ ବିଙ୍କ ଅଭୀନିତ ଫିଲ୍ମିର ଗୀତରେ ଝୁମି ଝୁମି ସେମାନେ ତାଙ୍କ ଜନ୍ମଦିନ ପାଳିଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ହଜାର ହଜାର ଶୁଭେଚ୍ଛା ମଧ୍ୟ ମିଳିଛି । ତେବେ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ମେଗାଷ୍ଟାର ଅମିତାଭ ହିଁ ପ୍ରଥମେ ନିଜ ଜନ୍ମଦିନ ସମ୍ପର୍କରେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ।

ସେ ନିଜେ ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ଗ୍ରେ ଜ୍ୟାକେଟ୍, ଟ୍ରାଉଜର ଏବଂ ବ୍ୟାଗ ଧରିଥିବାର ଦେଖିବାକୁ ମିଳିଛି । ତେବେ ଏହି ଫଟୋତଳେ ସେ ୮୦ ବର୍ଷରେ ପାଦ ଥାପିଲେ ବୋଲି ଲେଖିଛନ୍ତି । କିନ୍ତୁ ବିଗ ବି ନିଜ ବୟସର ଅଙ୍କ କଷିବାରେ ସାଧାରଣ ଭୁଲ କରିଦେଇଥିବା ଦେଖିବାକୁ ମିଳିଛି । ହେଲେ ବିଗ ବି’ଙ୍କ ଝିଅ ଶ୍ୱେତା ତାଙ୍କ ଭୁଲକୁ ସୁଧାରି ଦେଇଛନ୍ତି । ଝିଅ ଶ୍ୱେତା ବିଗ ବି’ଙ୍କ ପୋଷ୍ଟରେ ଏକ କମେଣ୍ଟ କରି ୮୦ ନୁହେଁ ୭୯ ବର୍ଷ ବୟସ ବୋଲି କହିଛନ୍ତି । ଅନେକ ଆଡୁ ବିଗ ବିଙ୍କୁ ଜନ୍ମଦିନ ଅବସରରେ ଶୁଭେଚ୍ଛାର ସୁଅ ଛଟୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ